Saturday, March 7, 2026
Homeଅଘଟଣସଂଗ୍ରାମୀ ନେତା ରାହାସବିହାରୀ ସାହୁଙ୍କ ପିତୃ ବିୟୋଗ ।

ସଂଗ୍ରାମୀ ନେତା ରାହାସବିହାରୀ ସାହୁଙ୍କ ପିତୃ ବିୟୋଗ ।

ପଦ୍ମପୁର(ନିରୋଜ କୁମାର ପାଣୀ)-ପଦ୍ମପୁର ବ୍ଳକ ପଲସାପାଲି ଗ୍ରାମ ପଞ୍ଚାୟତ ସମାରପାଲି ଗ୍ରାମର ଜଣେ ଜଣାଶୁଣା ପରିଚିତ ବ୍ୟକ୍ତି ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ତଥା ସଂଗ୍ରାମୀ ନେତା ରାହାସ ବିହାରି ସାହୁଙ୍କ ପିତା ରାମଚନ୍ଦ୍ର ସାହୁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଉଥିଲା । ସ୍ବର୍ଗତ ସାହୁ ଜଣେ ବ୍ୟବସାୟୀ,ଭଗବତ ପ୍ରେମି ,ମେଲାପି , ଧର୍ମପରାୟଣ,ପରୋପକାରୀ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ପରିଚିତି ଥିଲେ। ତାଙ୍କର ମୃତ୍ୟୁ ବେଳକୁ ତାଙ୍କ ଧର୍ମପତ୍ନୀ ବେଲମତି ସାହୁ,୪ ପୁଅ ରାହାସ ବିହାରି ସାହୁ, ବିଦ୍ୟାଧର ସାହୁ, ଖଗେଶ୍ବର ସାହୁ,କର୍ପୁଚନ ସାହୁ,ଓ ବୋହୂ ନାତି ନାତୁଣୀ ଉପସ୍ଥିତ ଥିଲେ।

ଜଣେ ସଂଗ୍ରାମୀଙ୍କ ପିତୃ ବିଯୋଗ ରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି। ସମାରପାଲି ଗାଁରେ ଶତାଧିକ ଲୋକ ଗହଣରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କର ବଡ଼ ପୁଅ ରାହାସ ବିହାରି ସାହୁ ମୁଖାଗ୍ନି ଦେଇଥିଲେ। ତାଙ୍କର ବିୟୋଗରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା, ପୂର୍ବତନ ଆବାହକ ଭିଷ୍ମଦେବ ପଟେଲ, ସୁରେଶ ଚନ୍ଦ୍ର ପ୍ରଧାନ,ଦିନବନ୍ଧୁ ସାହୁ,ବିଶିକେସନ ସାହୁଙ୍କ ସହ ଅଞ୍ଚଳର ମାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

error: Content is protected !!