ପଦ୍ମପୁର – ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ଠାରେ ଶିଶୁ ମାନଙ୍କ ଶୈକ୍ଷିକ ବିକାଶ ଦିଗରେ ଅଗ୍ରଗତି ପାଇଁ ପଦ୍ମପୁର ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇଯାଇଛି । ଦ୍ଵିତୀୟ ଦିନ ବନ୍ଦନା କାର୍ଯ୍ୟକ୍ରମରେ ଭାସ୍କର ଦାଶ , ସମାଜ ସେବୀ ସୁରେଶ ରାମଚନ୍ଦାନୀ ପ୍ରମୁଖ ଯୋଗଦାନ କରିଥିଲେ। ସନ୍ଧ୍ୟା ସମୟରେ ବିଶ୍ବହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତ ସମ୍ପାଦକ ଭକ୍ତଚରଣ ସାହୁ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରିଥଲେ । ପୂର୍ବତନ ଛାତ୍ରୀ ପଦ୍ମପୁର ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଡାକ୍ତର ଖ୍ୟାତି ସମ୍ଭବା ମହାପାତ୍ର ମଞ୍ଚାସୀନ ଥିଲେ । ପ୍ରବଚକ ଉଦ୍ଧବ ଚରଣ ତ୍ରିପାଠୀ ଯୋଗ ଦେଇ ଗୀତା ସାର ଉପରେ ପ୍ରବଚନ ଦେଇଥିଲେ । ସମାଜସେବୀ ପ୍ରଦୀପ କୁମାର ପଟ୍ଟନାୟକ ଯୋଗଦେଇ ଉପସ୍ଥିତ ସମସ୍ତ ଗୁରୁଜୀ,ଗୁରୁମା ମାନଙ୍କୁ ଗୀତା ପୁସ୍ତକ ପ୍ରଦାନ କରିଥିଲେ ।

ବନ୍ଦନା କାଳାଂଶରେ ଓକିଲ ସଂଘର ସମ୍ପାଦକ ଚିନ୍ମୟ କୁମାର ପଣ୍ଡା ଓ ପୂର୍ବତନ ଛାତ୍ର ପରିଷଦର ସଦସ୍ୟ ସୁନୀଲ କୁମାର ଅଗ୍ରୱାଲ ଯୋଗଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l ମୂଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତ, ଓଡ଼ିଶାଙ୍କ ଯୁଗ୍ମ ସମ୍ପାଦକ ଖଗେଶ୍ବର ଦାଶ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଯୁଗାନୁକୂଳ ବିଦ୍ୟାଳୟ ଭୌତିକ ସଂଶୋଧନ ଓ ପ୍ରବନ୍ଧନ ପ୍ରକିୟା ଉପରେ ଆଲୋକପାତ କରି କାର୍ଯ୍ୟକ୍ରମର ଉଦଯାପନ ଘୋଷଣା କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟଶାଳା ବୃତ୍ତ କଥନ କରିଥିଲେ।

ବରଗଡ଼ ବିଭାଗ ନିରୀକ୍ଷକ ଗୁପ୍ତେଶ୍ୱର ଥନାପତି କାର୍ଯ୍ୟଶାଳାର ଉଦ୍ଦେଶ୍ୟ କଥନ କରିଥିଲେ। ସଭାପତି ପୃଥିରାଜ ସାହୁ ଓ ସଂକୁଳ ପ୍ରମୁଖ ଡଃ ଦ୍ଵାଦଶ କୁମାର ପ୍ରଧାନ ମାର୍ଗ ଦର୍ଶନ କରିଥିବା ବେଳେ ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟଶାଳାରେ ସଂକୁଳ ରୁ ୯ ଗୋଟି ଶିଶୁ ମନ୍ଦିରରୁ ୧୭୧ ଜଣ ଗୁରୁଜୀ ଗୁରୁମା ବିଭିନ୍ନ ୧୬ ଗୋଟି କାଳାଂଶରେ ପ୍ରଶିକ୍ଷଣ ନେଇ ନିଜ ନିଜ ବିଦ୍ୟାଳୟରେ ନୂତନ ଜ୍ଞାନ ପ୍ରୟୋଗ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ ।


