ପଦ୍ମପୁର – ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାର ଉଦଘାଟନୀ ଉତ୍ସବରେ ପରିଚାଳନା ସମିତିର ସଭାପତି ପୃଥ୍ବୀରାଜ ସାହୁ ଦୀପ ପ୍ରଜ୍ବଳନ ପୂର୍ବକ ଜ୍ଞାନ ବିଜ୍ଞାନ ମେଳାକୁ ଶୁଭାରମ୍ଭ କରିଥିଲେ।ଏହି ଉତ୍ସବରେ ସଂକୁଳ ପ୍ରମୁଖ ଦ୍ବାଦଶ କୁ.ପ୍ରଧାନ, ସଂକୁଳ ସଂଯୋଜକ ତଥା ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ, ଉପସଭାପତି ଗୋପାଳ କୃଷ୍ଣ ମିଶ୍ର ମଞ୍ଚାସୀନ ଥିଲେ।ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ଗଣିତ ବିଭାଗରୁ ପ୍ରକଳ୍ପ,ପତ୍ରବାଚନ, ପ୍ରଶ୍ନମଞ୍ଚ ଓ ପ୍ରୟୋଗର ମୂଲ୍ୟାଙ୍କନ ହୋଇଥିଲା ।
ଠିକ୍ ସେହିପରି ସଂସ୍କୃତି ଜ୍ଞାନ ବିଭାଗରୁ ପତ୍ର ବାଚନ, ପ୍ରଶ୍ନମଞ୍ଚ, ମୂର୍ତ୍ତି କଳା , ନିବନ୍ଧ ଓ ବ୍ୟକ୍ତିଗତ ଗୀତ ଅନୁଷ୍ଠିତ ହୋଇଥିଲା । ମୋଟ ୨୩୮ ଜଣ ଭାଇ ଭଉଣୀ ବିଭିନ୍ନ ବିଭାଗରେ ଭାଗନେଇ ଥିବା ବେଳେ । ୨୫ ଜଣ ପରିଚାଳକ ଓ ପରିଚାଳିକା କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୋବିନ୍ଦ ଅଗ୍ରୱାଲ ଦୀପ ପ୍ରଜ୍ବଳନ ପୂର୍ବକ ଶିଶୁ ଭାଇ ଭଉଣୀମାନଙ୍କୁ ମାର୍ଗଦର୍ଶନ କରି କୃତି ଭାଇ ଭଉଣୀମାନଙ୍କୁ ପୁରସ୍କୃତ କରିଥିଲେ ।
ଶିଶୁ ବର୍ଗ ରୁ ୩୫ ଟି ,ବାଲ ବର୍ଗ ରୁ ୧୬ଟି ଓ କିଶୋର ବର୍ଗରୁ ୦୩ ଟି ମୋଟ ୫୪ ପ୍ରକଳ୍ପ ସ୍ଥାନିତ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ ୨୭ ଜଣ ବିଚାରକ ମୂଲ୍ୟାଙ୍କନ କରିଥିଲେ ।ବିଭାଗ ବିଜ୍ଞାନ ପ୍ରମୁଖ ମମତା ଗଡତିଆ ସୂଚନା ପ୍ରଦାନ କରିଥିଲେ। ରଜତ ସାହୁ ଉକ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।ଦେବରାଜ ଡନସନା ଧନ୍ୟବାଦ ଦେଇଥିଲେ ।ସମସ୍ତ ଗୁରୁଜୀ ଗୁରମା ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।