Monday, May 12, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସଂକଲ୍ପ ପରିବାର ଓ ପୋଢ଼ମୁଣ୍ଡା ଗ୍ରାମବାସୀଙ୍କ ଉଦ୍ୟମରେ ବୃକ୍ଷ ରୋପଣ ।

ସଂକଲ୍ପ ପରିବାର ଓ ପୋଢ଼ମୁଣ୍ଡା ଗ୍ରାମବାସୀଙ୍କ ଉଦ୍ୟମରେ ବୃକ୍ଷ ରୋପଣ ।

ବରଗଡ – ବରଗଡ ଜିଲ୍ଲା ପୋଢ଼ମୁଣ୍ଡା ଗ୍ରାମରେ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର,ବରଗଡ ଓ ପୋଢ଼ମୁଣ୍ଡା ଗ୍ରାମବାସୀଙ୍କ ର ମିଳିତ ଉଦ୍ୟମରେ ଗ୍ରାମ ପରିସରରେ ରହିଥିବା ଖାଲି ସ୍ଥାନରେ ସାମାଜିକ ବନୀକରଣ ତଥା ୭୫ତମ ବନ ମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି ।ବରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ବିକ୍ରମ ଦେବ ପଟ୍ଟନାୟକ ଓ ସଂକଲ୍ପ ପରିବାର ସଭାପତି ବିକାଶ ଅଗ୍ରୱାଲ ମିଳିତ ଭାବେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସଂକଲ୍ପ ପରିବାରର ସମ୍ପାଦକ ଜି. ରମେଶଙ୍କ ସଂଯୋଜନା ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଜି ଶୁକ୍ରବାର ଦିନ ସଫଳତାର ସହିତ ସମାପନ ହୋଇଅଛି l

ଏହି ବୃକ୍ଷ ରୋପଣ ମହୋତ୍ସବ ରେ ଆୟୋଜକମାନେ ଗ୍ରାମ ପରିସରରେ ରହିଥିବା ବିଭିନ୍ନ ଖାଲି ସ୍ଥାନ, ପୋଖରୀ ହିଡ ଏପରି ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରି ଗ୍ରାମ ପରିସରରେ ଏକ ସୁନ୍ଦର ଓ ମନୋରମ ପରିବେଶ ସୃଷ୍ଟି ହେବା ସହ ମଣିଷ ଜୀବନର ପରିକଳ୍ପନା କରିବାକୁ ହେଲେ ବୃକ୍ଷର ସଂରକ୍ଷଣ ଆମର କର୍ତ୍ତବ୍ୟ ହୋଇଥିବାରୁ ଗଛ ଲଗାଇ ତାହାର ଉଚିତ ଯତ୍ନ ନେଇ ଏହି ସ୍ଥାନକୁ ଏକ ସୁନ୍ଦର ସବୁଜ ସ୍ଥାନ ଭାବରେ ପରିଗଣିତ କରିବାକୁ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ସହଯୋଗୀ ମାନଙ୍କ ମଧ୍ୟରେ ପୋଢ଼ମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ସହିତ ଶିକ୍ଷକ, ଶିକ୍ଷୟିତ୍ରୀ, ପୋଢ଼ମୁଣ୍ଡା ଗ୍ରାମର ଭଦ୍ରବ୍ୟକ୍ତି, ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପୁଷ୍ପାଞ୍ଜଳି ଭୁଏ, କିଶୋରୀ ଭୁଏ, ଅନିମା ଭୁଏ, ଲିପି ଭୁଏ, କିଶର ଭୁଏ, ଶିଶିର ବିଶ୍ୱାଳ, ଜୟଦେବ ସାହୁ, ତଥା ସଂକଲ୍ପ ପରିବାର ଦେବେନ୍ଦ୍ର ଭୁଏ, ସୁରେନ୍ଦ୍ର ଭୁଏ, ନିଲେସ ପଧାନ, ଆଲୋକ ସାହୁ, ରାଜୀବ ସାହୁ,ଶେଷଦେଵ ପଧାନ, ପିଙ୍କୁ ପଣ୍ଡା ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ l

error: Content is protected !!