Friday, November 22, 2024
spot_imgspot_imgspot_img
Homeରାଜ୍ୟଷଷ୍ଠ ଦିନରେ କୃଷକଙ୍କ ତାଲାବନ୍ଦ ଆନ୍ଦୋଳନ।

ଷଷ୍ଠ ଦିନରେ କୃଷକଙ୍କ ତାଲାବନ୍ଦ ଆନ୍ଦୋଳନ।

ବରଗଡ- ଷଷ୍ଠ ଦିନ ହେବ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ଅଫିସ ରେ ତାଲା ବନ୍ଦ କରି ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱ ରେ ଆନ୍ଦୋଳନ ଧାରଣା ଚାଲିଛି। ଆଜି ବରପାହାଡ଼ କୃଷକ ସଂଗଠନ ଅମ୍ବାଭାନ ଏବଂ କୃଷକ ପରିବାର ଭଟଲି ର ସଦସ୍ୟ ମାନେ ଆନ୍ଦୋଳନ ର ଦାୟିତ୍ୱ ନେଇଥିଲେ। ମିଗ ଜୋମ ଜନିତ ବର୍ଷା ହେଉଥିବା ସମୟରେ ଅମ୍ବାଭନା ଏବଂ ଭଟଲି କୃଷକ ସଂଗଠନ ଲିଖିତ ଅଭିଯୋଗ କରିଥିଲେ ଯେ ବିଭାଗୀୟ ଅଧିକାରୀ ମାନେ ଠିକ ଭାବେ କାମ କରୁନାହାଁନ୍ତି ସେଥିପାଇଁ ତହସିଲଦାର ନିଜେ ଦାୟିତ୍ୱ ନିଅନ୍ତୁ ହେଲେ କିଛି କଲେ ନାହିଁ ବୋଲି ସଭାରେ ଈଶାନ୍ତ ଭୋଇ ପ୍ରକାଶ କରିଥିଲେ। ବିଭିନ୍ନ ବ୍ଲକରେ ୪୪ ମିମି ବର୍ଷା ହୋଇଥିଲା କିନ୍ତୁ ଅମ୍ବାଭାନ ବ୍ଲକ ରେ କୌଣସି ଜମି କ୍ଷତି ହୋଇନଥିବା ରିପୋର୍ଟ ପଠାଯାଇଥିଲା ପରେ ଜିଲ୍ଲା ପ୍ରଶାସନ ସହିତ କଥା ବାର୍ତ୍ତା ହେବାରୁ କ୍ଷତିଗ୍ରସ୍ତ ସମସ୍ତ ଚାଷୀ ଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ। ସେଥିପାଇଁ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ଇନପୁଟ ଦିଆଯାଉ। ଫସଲ ବୀମା କମ୍ପାନୀ କ୍ଷତିପୂରଣ ନ ଦେବା ପାଇଁ ମାସ ମାସ ଧରି କ୍ଷତି ଆକଳନ କରିଛି ପରେ ଡ୍ରୋନ ସହାୟତା ସର୍ବେକ୍ଷଣ କରିଥିବା କମ୍ପାନୀ ପ୍ରତିନିଧି ତ୍ରିପାକ୍ଷିକ ଆଲୋଚନା ରେ ପ୍ରକାଶ କରୁଛନ୍ତି। ଡ୍ରୋନ କେମେରା କେମିତି କ୍ଷତିପୂରଣ ଆକଳନ କରିବ ବୋଲି ସଭାରେ ପ୍ରଶ୍ନ କରାଯାଇଥିଲା। ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଆନ୍ଦୋଳନ ସ୍ଥଳକୁ ନ ଆସିବା ଦୁଃଖ ଏବଂ ପରୀତାବର ବିଷୟ ବୋଲି ସମାଲୋଚନା କରାଯାଇଥିଲା। ଆଜିର ଆନ୍ଦୋଳନରେ ରମେଶ ମହାପାତ୍ର, ବିରେନ କର, ସୁରେଶ ନିକେଣ୍ଡି, ତପନ ମିଶ୍ର, ବିକାଶ ମାଝୀ, ଗୋପାଳ ଦୁଆନ, ରାଜକୁମାର ବାଘ, ଇନ୍ଦ୍ରଜିତ ବିଶି, ଈଶାନ୍ତ ଭୋଇ, ଟିକେଶ୍ୱର ମହାପାତ୍ର, ସୁରେନ ସାହୁ, ହେମନ୍ତ ସାହୁ, ଧନେଶ୍ୱର ଭୋଇ, ଆଶିଷ ନାଏକ, କଂଗ୍ରେସ ଦୁଆନ, ବିନୟ ସାହୁ,ଥବିର ସାହୁ, ଶାନ୍ତନୁ ମାଝୀ ଉପସ୍ଥିତ ଥିଲେ।

error: Content is protected !!