Saturday, March 7, 2026
Homeରାଜ୍ୟଶ୍ରୀ ସ୍ଵପ୍ନେଶ୍ୱର ମହାଦେବ ମନ୍ଦିର ଶୀତଳ ଷଷ୍ଠୀ କମିଟି ତରଫରୁ ଛାତ୍ରୀମାନଙ୍କୁ ଛତା ଓ...

ଶ୍ରୀ ସ୍ଵପ୍ନେଶ୍ୱର ମହାଦେବ ମନ୍ଦିର ଶୀତଳ ଷଷ୍ଠୀ କମିଟି ତରଫରୁ ଛାତ୍ରୀମାନଙ୍କୁ ଛତା ଓ ଜୋତା ବଣ୍ଟନ ।

ପଦ୍ମପୁର-ପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଶ୍ରୀ ସ୍ଵପ୍ନେଶ୍ୱର ମହାଦେବ ମନ୍ଦିର ଶୀତଳ ଷଷ୍ଠୀ କମିଟି ତରଫରୁ ଛାତ୍ରୀମାନଙ୍କୁ ଛତା ଓ ଜୋତା ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ବ କରିଥିବା ବେଳେ ମାନସ ରଞ୍ଜନ ଶତପଥୀ ସଭା ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମନ୍ଦିରର ପୂଜକ ଟଙ୍କଧର ମହାପାତ୍ର ,କମିଟିର ସଭାପତି ପ୍ରିତମ ମେହେର ,ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ , ଶେଷଦେବ ମେହେର,ସନ୍ତୋଷ କୁମାର ମହାନ୍ତି,ନରସିଂହ ଅଗ୍ରୱାଲ,ଚୂଳ ସୁନ୍ଦର ମେହେର,ସୁରେଶ ଦାସ,ମୁନା ମହାନ୍ତି,କେଦାର ସାହୁ,ସୁଶାନ୍ତ ସାହୁ ,ଶୈଳେଶ ଚନ୍ଦ୍ର ମହାନ୍ତି ଯୋଗଦାନ ପୂର୍ବକ ଛାତ୍ରୀଙ୍କୁ ଛତା ଓ ଜୋତା ବଣ୍ଟନ କରିଥିଲେ ।

ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଦ୍ୟାଳୟର ପୂଜାରାଣୀ ନାୟକ, ରବୀନା ପଧାନ, ସଂଯୁକ୍ତା ଭୋଇ , ମନୀଷା ଭୋଇ , ବୃନ୍ଦାବତୀ ସାହୁ , ଖୁସବୁ ବରିହା , ଜ୍ୟୋତିରେଖା ମହାନନ୍ଦ ,ଅମନ୍ କୁମାର ପଣ୍ଡା,ପ୍ରଭାତୀ ପଟ୍ଟନାୟକ,ନିଳୀମା ରାଣୀ ମହାନ୍ତି,ସୁଷମା ଦାଶ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର ,ପ୍ରଭାସିନୀ ସାହୁ ଉକ୍ତ କାର୍ଯ୍ୟକୁ ସଫଳ କରିବାରେ ସହଯୋଗ କରିଥିଲେ ।

error: Content is protected !!