Saturday, March 7, 2026
Homeରାଜ୍ୟଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ବାବା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଶବ ଦାହ ପାଇଁ କାଠ ପାଇଁ...

ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ବାବା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଶବ ଦାହ ପାଇଁ କାଠ ପାଇଁ ଯୋଗାଯୋଗ କେନ୍ଦ୍ର ଉଦଘାଟିତ ।

ପଦ୍ମପୁର-ବର୍ତ୍ତମାନ ଜଙ୍ଗଲ କମିବା ସାଙ୍ଗକୁ କାଠ ର ପରିମାଣ ମଧ୍ୟ କମିବାରେ ଲାଗିଛି ହେଲେ ହିନ୍ଦୁ ପରମ୍ପରା ଅନୁଯାୟୀ ମୃତ୍ୟୁ ପରେ ଶବକୁ ଜୁଇରେ ଜଳାଇବାର ନିୟମ ରହୁଥିବା ବେଳେ ପ୍ରାୟ ସମୟରେ ଲୋକେ କାଠ ପାଇଁ ହଇରାଣ ହେଉଥିବା ଦେଖୁବାକୁ ମିଳୁଛି।

ତେବେ ପଦ୍ମପୁର ଅଞ୍ଚଳରେ ମୃତକ ଙ୍କ ପରିବାର କୁ ସହଯୋଗ ପାଇଁ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ଵର ଚାରିଟେବଲ ଟ୍ରଷ୍ଟ ତରଫରୁ ଶବ ଦାହ ପାଇଁ କାଠ ପାଇଁ ଯୋଗାଯୋଗ କେନ୍ଦ୍ର ଆଜି ପବିତ୍ର ମହା ଶିବରାତ୍ର ଅବସରରେ ଉଦଘାଟିତ ହୋଇଯାଇଛି।

ତେବେ ସଦସ୍ୟ ଙ୍କ ସୂଚନା ଅନୁଯାୟୀ ଯେଉଁ ମାନେ ଦରକାର ବ୍ୟକ୍ତି ତାଙ୍କୁ ବିନା କୌଣସି ମୂଲ୍ୟରେ ଶବ ଦେହରେ ସହଯୋଗ ପାଇଁ କାଠ ଯୋଗାଇ ଦେବା ପାଇଁ ଏହି ପ୍ରୟାସ ଆରମ୍ଭ କରାଯାଇଛି। ତେବେ ଆବଶ୍ୟକ ଥିବା ବ୍ୟକ୍ତି କମିଟି ପକ୍ଷରୁ ଦିଆଯାଇଥିବା ନମ୍ବର ରେ ଯୋଗାଯୋଗ କରିବେ ବୋଲି କୁହାଯାଇଛି।

error: Content is protected !!