Monday, November 25, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବା ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପର୍ଣ୍ଣ ।

ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବା ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପର୍ଣ୍ଣ ।

ପଦ୍ମପୁର – ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ହିନ୍ଦୁ ମାନ୍ୟତା ଅନୁଯାୟୀ ଦେବାଦୀ ଦେବ ମହାଦେବ ଏବଂ ଶକ୍ତି ସ୍ଵରୂପିଣୀ ମା ଜଗତ ଜନନୀ ପାର୍ବତୀ ଙ୍କ ର ପବିତ୍ର ବିବାହ ତିଥି ହିସାବରେ ପାଲନ କରାଯାଇଥାଏ। ଗ୍ରୀଷ୍ମ ର ପ୍ରଚଣ୍ଡ ରୌଦ୍ରତାପ ରୁ ଏହି ତିଥିରୁ ପ୍ରକୃତି ଶୀତଳତା କୁ ପରିବର୍ତିତ ହୋଇଥାଏ। ତେଣୁ ଏହି ତିଥିରେ ହିଁ ଶିବ ପାର୍ବତୀ ବିବାହ ଉତ୍ସବ ଆୟୋଜନ ହେବା ସହ ଷଷ୍ଠୀ ରେ ଯୁଗଳ ଦର୍ଶନ ଦିଅନ୍ତି ଦେବ ଦମ୍ପତ୍ତି ଯାହାକୁ ଶୀତଳ ଷଷ୍ଠୀ ଭବରେ ମହାସମାରୋହରେ ପାଳନ କରନ୍ତି ଲୋକେ। ସେହି ପରିପେକ୍ଷିରେ ପଦ୍ମପୁର ସାର୍ବଜନୀନ ଶୀତଳ ଷଷ୍ଠୀ କମିଟି, ପଦ୍ମପୁର ତରଫରୁ ମଧ୍ୟ ପଦ୍ମପୁର କଣ୍ଟା ବନ୍ଧ ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବା ଙ୍କର ବିବାହ ଏବଂ ଶୀତଳ ଷଷ୍ଠୀ ଉତ୍ସବ ଆୟୋଯିତ ହୋଇଥିଲା।

ରୀତି ନୀତି ଅନୁଯାୟୀ କମିଟି ପକ୍ଷରୁ ପ୍ରଥମେ ଶପ୍ତ ରୁଷି ଏବଂ ନବ ଗ୍ରହ ଦେବତା ଙ୍କ ଆବହନ ରେ ପତ୍ର ପେଣ୍ଡି ଉତ୍ସବ ସମାପନ ସହ ମା ଙ୍କର ଅଳଙ୍କାର ଧାରଣ ଉତ୍ସବ ପାଳନ କରାଯାଇଥିଲା। ସେହିପରି ମାନବୀୟ ପରମ୍ପରା ଓ ବୈଦିକ ରୀତିରେ ଉଭୟ ଶିବ ଶକ୍ତି ଙ୍କର ପବିତ୍ର ପୂଜ୍ୟ ଏହି ବିବାହର ନୀତି ଅନୁଯାୟୀ ହରିଦ୍ର ଲେପନ ଉତ୍ସବ କରାଯାଇଥିଲା। ଯେଉଁଥିରେ କି ହଜାର ହଜାର ସଂଖ୍ୟାରେ ଭକ୍ତ ଯୋଗ ଦେଇ ନିଜର ପ୍ରଭୁ ଙ୍କୁ ସ୍ନେହ ହଳଦିରେ ଅଭିଷେକ କରି ଥିଲେ। ଏହା ପରେ ରୁଦ୍ରାଭିଷେକ ସମ୍ପର୍ଣ ସହ ଭବ୍ୟ ଶୋଭାଯାତ୍ରାରେ ପଞ୍ଚ ବାଦ୍ୟ, ଦୁଲ ଦୁଲୀ, ସଙ୍କୀର୍ତ୍ତନ, ସହ ଘଣ୍ଟ ଶଙ୍ଖ ଡମ୍ବରୁ ସହ ବୈଦିକ ମନ୍ତ୍ର ରେ ସାରା ନଗର ପ୍ରକମ୍ପିତ ହୋଇ ଉଠିଥିଲା ।

ଭବ୍ୟ ପଟୁଆର ରେ ଦେବାଦୀ ଦେବ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବା ଙ୍କର ବରଯାତ୍ରା ଭକ୍ତଙ୍କ ଭିଡ ରେ ମାତା ଜଗତ ଜନନୀ ପାର୍ବତୀ ଙ୍କ ପିତା ମାତା ଘରେ ପହଁଞ୍ଚିବା ସହ ମହାସମାରୋହରେ ଦେବ ଦମ୍ପତ୍ତି ଙ୍କର ବିବାହ ଉତ୍ସବ ସମ୍ପର୍ଣ୍ଣ ହୋଇଥିଲା। ଏହି ଅବସରରେ ଏହି ପବିତ୍ର ବିବାହ ଉତ୍ସବ ର ସାକ୍ଷ୍ୟ ରହିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କର ଭିଡ଼ ଜମିଥିଲା। ତେବେ ଆସନ୍ତା ବୁଧବାର ଦିନ ସନ୍ଧ୍ୟାରେ ଉଭୟ ଶିବ ଶକ୍ତି ଙ୍କ ଯୁଗଳ ମୂରତି ଷଷ୍ଠୀ ଉତ୍ସବ ର ଭବ୍ୟ ଶୋଭାଯାତ୍ରା ରେ କନ୍ୟା ମାତା ପିତା ଙ୍କ ଘରୁ ବାହାରି ନଗର ପରିକ୍ରମା କରିବା ସହ ପୁନଃ ମନ୍ଦିର ରେ ପ୍ରବେଶ ନୀତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସୁରଖୁରରେ ଏବଂ ବୈଦିକ ପରମ୍ପରା ଗତ ନୀତି ରେ ଉତ୍ସବ ସମ୍ପର୍ଣ୍ଣ ରେ ସହଯୋଗ ତଥା ସମ୍ମିଳିତ ହେବା ପାଇଁ ସମଗ୍ର ପଦ୍ମପୁର ବାସୀ ଏବଂ ଭକ୍ତଙ୍କୁ କମିଟି ପକ୍ଷ୍ୟରୁ ଧନ୍ୟବାଦ ଦିଆଯାଇଛି।

error: Content is protected !!