ପାଇକମାଲ – ପଶ୍ଚିମ ଓଡିଶାର ପ୍ରାଚୀନ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ମାର୍ଯାର କେଶରୀ ନୃସିଂହ ଠାକୁରଙ୍କ ଜନ୍ମ ମହୋତ୍ସବ ତଥା ବୈଶାଖ ମେଳା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଶୋଭା ପାଉଥିବା ମହାପ୍ରଭୁଙ୍କ ମନ୍ଦିର ୧୩୦୦ ଶତାବ୍ଦୀରେ ପାଟଣାରାଜା ବୈଜଳଙ୍କ ଦ୍ଵାରା ନିର୍ମାଣ ହୋଇଥିବା କିମ୍ୱଦନ୍ତିରୁ ଜଣାଯାଏ । ଆଦିବାସୀ ସଂପ୍ରଦାୟର କନ୍ଧ ମହିଳା ଗନ୍ଧମାର୍ଦ୍ଦନ ପାହାଡ଼ରେ କନ୍ଦା ଖୋଲୁ ଖୋଲୁ ଠାକୁରଙ୍କୁ ପାଇଥିବା କିମ୍ବଦନ୍ତୀରେ ଉଲ୍ଲେଖ ରହିଛି। କେଉଁ ଆବାହନ କାଳରୁ ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ପାଳିତ ହୋଇଆସୁଛି । ଆଜି ମନ୍ଦିର ପରିସରରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟି ପାଇଁ ସଭାପତି ପ୍ରଫୁଲ୍ଲ କୁମାର ଓଦୁଙ୍କ ଅଧ୍ୟକ୍ଷତାରେ ହୋଇଥିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆଜିର ବୈଠକରେ ଅଞ୍ଚଳରେ ସମାଜସେବୀ,ସାମ୍ବାଦିକ,ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମ ମହୋତ୍ସବ ତଥା ବୈଶାଖ ମେଳା ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ।ଆସନ୍ତା ମେ ୧୯ ତାରିଖରୁ ମେ ୨୩ ତାରିଖ ପର୍ଯ୍ୟନ୍ତ ଏହି ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମ ମହୋତ୍ସବ ପାଳନ ହେବ । ଇଚ୍ଛୁକ ସ୍ଵେଚ୍ଛାସେବୀ ମାନେ ମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରି ନିଜକୁ ଶ୍ରଦ୍ଧାଳୁଙ୍କ ସେବାରେ ନିୟୋଜିତ କରି ପାରିବେ ଏବଂ ଚଳିତ ବର୍ଷ ପ୍ଲାଷ୍ଟିକ୍ ମୁକ୍ତ ମେଳା ଆୟୋଜନ ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି।
