Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କୁ ଲାଗିହେଲା ନବାନ୍ନ : ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ।

ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କୁ ଲାଗିହେଲା ନବାନ୍ନ : ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ।

ପାଇକମାଲ-କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ବା ନବାନ୍ନରେ ପବିତ୍ର ତୀର୍ଥକ୍ଷେତ୍ର ଚଳ ଚଞ୍ଚଳ ହୋଇଥିଲା।ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ସମାଗମରେ ନୃସିଂହ ଠାକୁରଙ୍କୁ ନବାନ୍ନ ଲାଗି ହୋଇଥିଲା। ଜାତି, ଧର୍ମ,ବର୍ଣ୍ଣ,ଶତ୍ରୁ, ମିତ୍ରଙ୍କର ଅପୂର୍ବ ମିଳନ ନୁଆଁଖାଇ ତିଥିରେ ଦେଖିବାକୁ ମିଳେ।

ନୂଆଁ ଫସଲ ଧାନରୁ ନବାନ୍ନ “ଚୁଡ଼ା” ତିଆରି କରି ପ୍ରଭୁ ନୃସିଂହ ଠାକୁରଙ୍କୁ ନବାନ୍ନ ଲାଗି ପରେ ପାର୍ଶ୍ଵ ଦେବାଦେବୀଙ୍କୁ ନବାନ୍ନ ଲାଗି ଥିଲା।ଏହା ପରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଏକାଠି ବସି ନବାନ୍ନ ଭକ୍ଷଣ କରିଥିଲେ।ପବିତ୍ର ନୃସିଂହନାଥ ପୀଠରେ ନବାନ୍ନ ଭକ୍ଷଣ କରି ଭକ୍ତମାନେ ବହୁତ ଖୁସି ଅନୁଭବ କରୁଥିଲେ।

error: Content is protected !!