Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରଥଯାତ୍ରାରେ ଛେରାପହଁରା କଲେ ସାଂସଦ ପ୍ରଦୀପ ପୁରୋହିତ।

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରଥଯାତ୍ରାରେ ଛେରାପହଁରା କଲେ ସାଂସଦ ପ୍ରଦୀପ ପୁରୋହିତ।

ପାଇକମାଳ(ବିଦ୍ୟାଧର ସାହୁ)- ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ପ୍ରାଚୀନ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ଅନୁଷ୍ଠିତ ହୋଇଛି ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା। ପ୍ରଭୁ ଚତୁର୍ଥା ମୂରତିଙ୍କ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବାପରେ ରଥରେ ବିରାଜମାନ ପାଇଁ ଅନୁଷ୍ଠିତ ହୋଇଥିଲା ନିତିକାର୍ଯ୍ୟ। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଛେରାପହଁରା କାର୍ଯ୍ୟ ସମ୍ପାଦନା କରିଥିଲେ।

ଏହା ସହ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ,ମନ୍ଦିର ଟ୍ରଷ୍ଟି ସଭାପତି ଦେବାଶିଷ ସିହ୍ନା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ନୃସିଂହନାଥରୁ ରଥ ଟାଣି ଚାରି କିଲୋମିଟର ପାଇକମାଳ ସ୍ଥିତ ଶ୍ରୀ ଗୁଣ୍ଡିଚା ମାଉସୀ ମନ୍ଦିର ବିଜେ କରାଇଥିଲେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଚତୁର୍ଥା ମୂରତିଙ୍କୁ।

error: Content is protected !!