Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଶ୍ରୀରାମ ଚରିତ ମାନସ ଆରଣ୍ୟକାଣ୍ଡ ପାରାୟଣ ।

ଶ୍ରୀରାମ ଚରିତ ମାନସ ଆରଣ୍ୟକାଣ୍ଡ ପାରାୟଣ ।

ଜହ୍ନାପଙ୍କ(ନବ କିଶୋର ମେହେର)-ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଗୁଢ଼ୀଆଳି ଗ୍ରାମରେ ନବ ବର୍ଷ ଅବସରେ ଶ୍ରୀରାମ ଚରିତ ମାନସ ଅlରଣ୍ୟକାଣ୍ଡ ପାରାୟଣ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ କମ୍ଭୁ ନାଏକ ଓ ତାଙ୍କ ଧର୍ମପତ୍ନୀ ଅମ୍ବିକା ନାଏକ କର୍ତ୍ତାଭାବେ ଦାୟିତ୍ୱ ତୁଲାଇଥିବା ବେଳେ ବ୍ୟାସ ଭାବେ ବରପାଲିର ସୁରଜ ଚନ୍ଦ୍ର ଦେବତା ଯୋଗଦାନ କରି ଭଗବାନଙ୍କ କଥାମୃତ ଗାନ କରିଥିଲେ । ଏଥିରେ ସୀତାଚୋରି ନାଟକ ମାଧ୍ୟମରେ କଳାକାର ମାନେ ଅଭିନୟ କରିଥିଲେ ।

ଏଥିରେ ଅତିଥି ଭାବେ ଭାବେ ପୂର୍ବତନ ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ, ବ୍ରାହ୍ମଣିପାଳି ସରପଞ୍ଚ ଅରୁଣ କୁମାର ବାଘ, ବଢ଼ିଗାଁ ସରପଞ୍ଚ ସିଦ୍ଧେଶ୍ୱର ପ୍ରଧାନ ଯୋଗ ଦେଇଥିଲେ । ଗୁଢ଼ୀଆଳି ଗ୍ରାମର ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସେହିପରି ଜଗତି ହନୁମାନ ମନ୍ଦିରରେ ମଧ୍ୟ୍ୟ ସୁନ୍ଦରକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଛି ।

ଏଥିରେ କର୍ତ୍ତା ଭାବେ କୌଶିକ ମେହେର ଓ ତାଙ୍କ ଧର୍ମପତ୍ନୀ ଯାଜ୍ଞସିନୀ ମେହେର ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ କୁମୁଦ ପାଣିଗ୍ରାହୀ ପୂଜାକାର୍ଯ୍ୟ ତୁଲାଇଥିଲେ । ବ୍ୟାସ ଭାବେ ଶାନ୍ତନୁ ହୋତା ଯୋଗ ଦେଇ ଭଗବାନଙ୍କ କଥା ମୃତ ଗାନ କରିଥିଲେ । ହନୁମାନ ମନ୍ଦିର କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

error: Content is protected !!