Saturday, March 7, 2026
Homeରାଜ୍ୟଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ ।

ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ ।

ଅତାବିରା(ସୁରେନ୍ଦ୍ର କଠାର)-ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ ଠାରେ ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ବ୍ଲକ୍ ଆବାହକ ଶ୍ରୀ ଚାପଧାରୀ ସିଂହ ଓ ଶ୍ରୀମତୀ ଲଳିତା ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଶ୍ରୀ ଦେବରାଜ ବେହେରା,ଶ୍ରୀ ଦେବାର୍ଚ୍ଚନ ସାହୁ, ସଭାପତି ଶ୍ରୀଯୁକ୍ତ ଶେଷଦେବ ନାଏକ ,

ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ, ଶ୍ରୀମତୀ ଜୟନ୍ତୀ ସିଂହ,ଶ୍ରୀ ଅରକ୍ଷିତ ମେହେର,ଶ୍ରୀ ସଂଗ୍ରାମ କେଶରୀ ମିଶ୍ର,ସଭାପତି ମାତ୍ରୁନିଳୟ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ ,ଶ୍ରୀ ସତ୍ୟବାନ୍ ପ୍ରଧାନ,ଶ୍ରୀ ଦିଲ୍ଲୀପ ରଣା,ଶ୍ରୀମତୀ ରୀନା ପ୍ରଧାନ,ଶ୍ରୀ ଶିବଶଙ୍କର ଷଣ୍ଢ ପ୍ରମୁଖ ଉପସ୍ଥିତ ରହି ଅତାବିରା ବ୍ଲକ୍ ରେ ଶ୍ରୀ ଅରବିନ୍ଦ ପାଠଚକ୍ରର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

ଆଗାମୀ ଦିନର ଯୋଜନା ଗୁଡିକ ବିଷୟରେ ଶ୍ରୀ ସରୋଜ କୁମାର ରଥ,ମହିଳା ପାଠଚକ୍ର ସଂଗଠନ ର ସଭ୍ୟ,ବିଭିନ୍ନ ପଞ୍ଚାୟତ ର ସଂଗଠକ ମାନେ ନିଜ ନିଜ ମତାମତ ଉପସ୍ଥାପନା କରିଥିଲେ।କାର୍ଯ୍ୟକ୍ରମରେ ପରିଚାଳନା କମିଟିର କୋଷାଧ୍ୟକ୍ଷ ଶ୍ରୀ ଜୟ ପ୍ରକାଶ ଅଗ୍ରୱାଲ,ସଭ୍ୟ ଶ୍ରୀ ଭରତ ଚୌହାନ, ତଥା ଶିକ୍ଷା କେନ୍ଦ୍ରର ସମସ୍ତ ଭାଇ ଅପା ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଅଧ୍ୟକ୍ଷ ଶ୍ରୀ ବବ୍ରୁବାହାନ ମିଶ୍ର କୃତଜ୍ଞତା ଅର୍ପଣ କରିଥିଲେ।

error: Content is protected !!