Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଶୀତଳ ଷଷ୍ଠୀ ଯାତ୍ରା ପାଇଁ ପୋଲିସ ପ୍ରଶାସନର ବୈଠକ ।

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପୋଲିସ ପ୍ରଶାସନର ବୈଠକ ।

ବରପାଲି – ବରପାଲିର ୧୪୭ ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଶୁକ୍ରବାର ସନ୍ଧ୍ୟା ରେ ବରପାଲି ପୋଲିସ ଥାନା ପରିସରରେ ପୋଲି ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ଏସ ଡି ପି ଓ ପଦାରବିନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ୭ ତାରିଖ ରୁ ୧୩ ତାରିଖ ସପ୍ତାହ ବ୍ୟାପି ଏହି ଯାତ୍ରା ବେଳେ ପ୍ରବଳ ଜନ ସମାଗମ କୁ ଦୃଷ୍ଟି ଦେଇ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ, ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ସହର ର ବିଭିନ୍ନ ଅଞ୍ଚଳ ରେ ତିନୋଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଟ୍ରାଫିକ ପୋଲିସ ମୁତୟନ, ଗାନ୍ଧୀ ଛକ ଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ନିଷେଧ, ଯାତ୍ରା ର ଶେଷ ତିନି ଦିନ ମଦ ଦୋକାନ ବନ୍ଦ ରଖିବା ଆଦି ଉପରେ ଆଲୋଚନା ହୋଇଥିଲା ।

ଏହି ବୈଠକ ରେ ତହସିଲଦାର ରୁକ୍ମଣ ମେହେର, ବିଡ଼ିଓ ସୁମନ୍ତ କୁମ୍ଭାର ,ଡାକ୍ତରଖାନା ମୁଖ୍ୟ ଡାକ୍ତର ରାଜେଶ ବେହେରା, ବିଡ଼ିଓ, ଦମକଳ କେନ୍ଦ୍ର ମୁଖ୍ୟ ଉମାଶଙ୍କର ବେହେରା, ଶୀତଳ ଷଷ୍ଠୀ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ, ପ୍ରଶାନ୍ତ ସାହୁ, ଆନନ୍ଦ ସାହୁ, ଦେବେନ୍ଦ୍ର ସାହୁ,ବିଭୂତି ଭୂଷଣ ସାହୁ ଙ୍କ ସମେତ ହିମାଦ୍ରି ନଗର କମଟି ପକ୍ଷ ରୁ ଧର୍ମ ରାଜ ସିଂ ବରିହା,କନ୍ୟାପିତା ପ୍ରମେଶ୍ଵର ମେହେର ଓ କର୍ମ କର୍ତ୍ତା ତଥା ଟ୍ୟାକ୍ସି ମାଲିକ ସଂଘ, ବଣିକ ସଂଘ ଆଦି ବହୁ ସଂଘ ର କର୍ମ କର୍ତ୍ତା ଉପସ୍ଥିତ ଥିଲେ।

error: Content is protected !!