Saturday, March 7, 2026
Homeରାଜ୍ୟଶିଶୁ ବିଦ୍ଯାମନ୍ଦିର ଶିକ୍ଷାବର୍ଷ ବାର୍ଷିକତ୍ସୋବ ।

ଶିଶୁ ବିଦ୍ଯାମନ୍ଦିର ଶିକ୍ଷାବର୍ଷ ବାର୍ଷିକତ୍ସୋବ ।

ବରପାଲି-ବରପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ବର୍ଷର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ସମାରୋହରେ ମୁଖ୍ୟଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ତଥା ବରଣ୍ଯ ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡତିଆ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ବରଗଡ ସହ ସଂଘ ସଂଚାଳକ ଡ. ସତ୍ୟସାଇ ନାଏକ ଯୋଗ ଦେଇ ଭାରତୀୟ ସଂସ୍କୃତିର ଆଦର୍ଶକୁ ସଠିକ ରୂପେ ବହନ କରୁଥିବା ଅନୁଷ୍ଠାନ ମାନଙ୍କ ମଧ୍ୟରେ ସରସ୍ଵତୀ ଶିଶୁ ମନ୍ଦିର ବୋଲି ଉପସ୍ଥାପନ କରିଥିଲେ।

ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯଦୁମଣି ବିଶି ଅତିଥି ମାନଙ୍କୁ ସମ୍ବଦ୍ଧିତ କରିଥିଲେ। ସମ୍ପାଦକ ଅଧ୍ୟାପକ ରାଜେଶ କୁମାର ରାୟ ଅତିଥି ମାନଙ୍କ ପରିଚ଼ୟ ପ୍ରଦାନ କରିଥିବା ବେଳେ ସହ ସଂପାଦକ ଗୋପାଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ହୋତାଙ୍କ ଦ୍ବାରା ବାର୍ଷିକ ବିବରଣୀ ଉପସ୍ଥାପନ ହୋଇଥିବା ବେଳେ ଶୈକ୍ଷିକ ପ୍ରମୁଖ ଧର୍ମେନ୍ଦ୍ର ପୂଜାରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ସୁଶ୍ରୀ ପ୍ରୀତି ମେହେର ସଭାକାର୍ଯ୍ଯ ସଂଯୋଜନା ଓ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର ସାହିଲ ସାହୁ ଓଡ଼ିଶା ପ୍ରଶାସନିକ ସେବା ରେ କୃତକାର୍ଯ୍ୟ ତଥା ଶିକ୍ଷାବର୍ଷ୨୦୨୪-୨୫ ରେ ମେଡିକାଲ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯୋଗୁ ଭାଇ ମିଳନ ବାରିକ୍,ଭାଇ ଅନିଶ ପଧାନ ଓ ଭଉଣୀ ଶୁଭଶ୍ରୀ ପଟେଲ ଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରାୟ ୩୫୦ ରୁ ଉର୍ଦ୍ଧ୍ବ ଶିଶୁ ଅଂଶ ଗ୍ରହଣ କରି ପ୍ରତିଭା ପ୍ରଦର୍ଶନ କରିଥିଲେ ବିଦ୍ୟାଳୟର ଗୁରୁଜୀ ଗୁରୁମା ,ପରିଚାଳନା ସମିତି ତଥା ମାତୃଭାରତୀ ର ସମସ୍ତ ସଦସ୍ୟ ର ବିଭିନ୍ନ ଦାୟିତ୍ୱରେ ନିଜକୁ ନିୟୋଜିତ ରଖି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ।

error: Content is protected !!