ବରପାଲି-ବରପାଲି ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଲୋକସଭା ସାଂସଦ ପ୍ରଦିପ ପୁରୋହିତଙ୍କ ଦ୍ବାରା ନୂତନ ସ୍ମାର୍ଟ କ୍ଲାସ୍ ର ଉଦ୍ଘାଟନ ହୋଇଯାଇଛି। ମଙ୍ଗଳବାର ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦିଷ୍ଟ ୬ଟି ନୂତନ ସ୍ମାର୍ଟ କୋଠରି ଅନାବରଣ ଉତ୍ସବ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ହୋଇଥିଲା। ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୂଖ୍ଯଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ହୋତାଙ୍କ ସମେତ ପରିଚାଳନା ସମିତି କର୍ମକର୍ତ୍ତା, ସମସ୍ତ ସଦସ୍ୟ, ଉପଦେଷ୍ଟା ମଣ୍ଡଳି କର୍ମକର୍ତ୍ତା , ସମସ୍ତ ଗୁରୁଜୀ ଗୁରୁମା, ପ୍ରେସ୍ ମିଡ଼ିଆ ସଦସ୍ୟ ବୃନ୍ଦ ତଥା ସ୍ଥାନିୟ ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ଆଧୁନିକ ଯୁଗରେ ଶିକ୍ଷାଦାନ ପ୍ରଣାଳିକୁ ଯୁଗୋପଯୋଗୀ ଭାବେ ତାଳ ଦେଇ ସୂଚ଼ନା ଓ ପ୍ରଯୁକ୍ତି ବିଦ୍ୟାର କୌଶଳକୁ ଆପଣାଇବାରେ ସହଢସାଧ୍ଯ ହୋଇପାରିବ।
ବର୍ତ୍ତମାନର ବିଜ୍ଞାନ ଯୁଗରେ ଛାତ୍ର ଛାତ୍ରୀ ମାନଙ୍କୁ ସଠିକ ଗୁଣାତ୍ମକ ଓ କୌଶଳାତ୍ମକ ଶିକ୍ଷାଦାନ ଗ୍ରହଣ ପାଇଁ ସ୍ମାର୍ଟ କ୍ଲାସ କୋଠରିର ଆବଶ୍ୟକତା ଅପରିହାର୍ଯ୍ଯ ଅଟେ । ସାଂପ୍ରତିକ ଶିକ୍ଷା ଗ୍ରହଣିୟ ହେବାସହ ସୁଦୂର ପ୍ରସାରୀ ହୋଇ ପାରିବ ଏଥିରେ କୌଣଷି ଅବକାଶ ରହିବ ନାହିଁ ବୋଲି ଅତିଥି ମାନେ ମତବ୍ଯକ୍ତ କରିଥିଲେ।