Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଶିକ୍ଷା ସପ୍ତାହ ପାଳନର ପଞ୍ଚମ ଦିବସ:ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ ପାଳିତ ।

ଶିକ୍ଷା ସପ୍ତାହ ପାଳନର ପଞ୍ଚମ ଦିବସ:ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ ପାଳିତ ।

ପଦ୍ମପୁର-ଶିକ୍ଷା ସପ୍ତାହ ପାଳନ ଅବସରରେ ପଞ୍ଚମ ଦିବସରେ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ। କୌଶଳୀ ପ୍ରଶିକ୍ଷଣ ପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ ଏହି ଦିବସ ପାଳନର ମହତ୍ତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ।

ଏହି ସଭାରେ ପୂର୍ବତନ ଶିକ୍ଷକ ଶ୍ରୀ ଟିକେଲାଲ ସାହୁ, ଅତିଥି ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ବେହେରା, ଶ୍ରୀମତୀ ନନ୍ଦିନୀ ମିଶ୍ର, ଶ୍ରୀ ଲେକୃ ବାରିକ ଓ ଶ୍ରୀ ଚନ୍ଦ୍ରଭାନୁ ବଡଗୁଛିଆ ଉପସ୍ଥିତ ଥିଲେ। ଶ୍ରୀ ସୁରେଶ ପଟେଲ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

error: Content is protected !!