Saturday, March 7, 2026
Homeରାଜ୍ୟଶିକ୍ଷକ ସଂଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର ପ୍ରଦାନ ।

ଶିକ୍ଷକ ସଂଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର ପ୍ରଦାନ ।

ବୁଗୁଡା(ସୋରେନ କୁମାର ପ୍ରଧାନ)-ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆରଏସିପିର ୨୦ ବର୍ଷିୟା ପ୍ରାପ୍ଯର ପୁନଃ ନିର୍ଦ୍ଧାରଣ ସକାଶେ ଏକ ଦାବିପତ୍ର ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି। ବିଇଓଙ୍କ ଉଦ୍ଦେଶ୍ଯରେ ଏହି ଦାବିପତ୍ର ଏବିଇଓ ଅମିତା କୁମାରୀ ପାଢୀଙ୍କୁ ପ୍ରଦାନ କାଳରେ ୧୯୯୪ ଓ

୧୯୯୬ ବ୍ଯାଚର ୨୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ , ସହସମ୍ପାଦକ କେ.ରବିନ୍ଦ୍ର କୁମାର ପାତ୍ର, ଦିଲ୍ଲୀପ କୁମାର ଗନ୍ତାୟତ, ସୁଦର୍ଶନ ପାତ୍ର, ଯୋଗେନ୍ଦ୍ର ନାୟକ ଓ କୁମୁଦ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

error: Content is protected !!