Saturday, March 7, 2026
Homeଅଘଟଣଶିକ୍ଷକ ନିଯୁକ୍ତ ଦାବିରେ ଖେମେଡଖାର ବିଦ୍ୟାଳୟରେ ପଡିଲା ତାଲା,ଆନ୍ଦୋଳନରେ ଅବିଭାବକ ଓ ଛାତ୍ରଛାତ୍ରୀ ।

ଶିକ୍ଷକ ନିଯୁକ୍ତ ଦାବିରେ ଖେମେଡଖାର ବିଦ୍ୟାଳୟରେ ପଡିଲା ତାଲା,ଆନ୍ଦୋଳନରେ ଅବିଭାବକ ଓ ଛାତ୍ରଛାତ୍ରୀ ।

ପଦ୍ମପୁର-ଶିକ୍ଷକ ନିଯୁକ୍ତ ଦାବିରେ ଖେମେଡଖାର ବିଦ୍ୟାଳୟରେ ପଡିଲା ତାଲା । ଆନ୍ଦୋଳନରେ ଅବିଭାବକ ଓ ଛାତ୍ରଛାତ୍ରୀ । ପଦ୍ମପୁର ଉପଖଣ୍ଡ ଖେମେଡଖାର ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏହି ବିଦ୍ୟାଳୟକୁ ନିତିଦିନ ଆଖପାଖ ପାଞ୍ଚଗୋଟି ଗାଁ ର ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ଆସିଥାନ୍ତି। ନିକଟରେ ଏହି ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ପାଠ ପଢ଼ାଉଥିବା ଶିକ୍ଷକ ଟିକେଚାନ୍ଦ ବାରିକଙ୍କୁ ସିଆରସିସି ଭାବେ ଦାୟିତ୍ବ ଦେବା ପରେ ସେ କାର୍ଯ୍ୟାଳୟ କାମ ଯୋଗୁ ପାଠ ପଢାଉ ନାହାନ୍ତି ।

ତେବେ ପିଲାମାନଙ୍କ ପାଠ ପଢା ପାଇଁ ନୂତନ ଶିକ୍ଷକ ନିଯୁକ୍ତ ପାଇଁ ସ୍କୁଲ ପରିଚାଳନା କମିଟି ବିଇଓଙ୍କୁ ଲିଖିତ ଭାବରେ ଜଣାଇଥିଲେ । ହେଲେ ବିଇଓ ଏ ବିଷୟରେ କୌଣସି ଗୁରୁତ୍ୱ ନ ଦେବାରୁ ଆଜି ବିଦ୍ୟାଳୟକୁ ତାଳା ବନ୍ଦ କରି ଅବିଭାବକ ଓ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ନୂତନ ଶିକ୍ଷକ ନିଯୁକ୍ତ ନ ଦେବେ ସେ ପର୍ଯ୍ୟନ୍ତ ତାଲାବନ୍ଦ ରହିବ ବୋଲି ଅବିଭାବକ ମାନେ କହିଛନ୍ତି ।

error: Content is protected !!