ଗାଇସିଲେଟ-ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଉନ୍ନୀତ ଉଚ୍ଚ ସରକାରୀ ବିଦ୍ୟାଳୟ ଠାରେ ଶିକ୍ଷକ ଓ କିରାଣୀ ନିଯୁକ୍ତି ଦାବୀରେ ତାଲା ବନ୍ଧ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ତେବେ ଏହି ସ୍କୁଲ କୁ ରାଜ୍ୟ ସରକାର ରୂପାନ୍ତରିତ କରି ଠକି ଦେଲେ ବୋଲି ଅଭିଯୋଗ ହୋଇଛି । ସ୍କୁଲରେ ଶିକ୍ଷକ ନାହିଁ ଏହା ସହ ଗତ ୨୦ ରୁ ୨୫ ବର୍ଷ ହେଲା କିରାଣୀ ନାହିଁ ଯାହାକି ପିଲାଙ୍କୁ ପାଠ ପଢାକୁ ନେଇ ପ୍ରତ୍ୟେକ ସମୟରେ ସମସ୍ୟା ଉପୁଜିଛି । ସ୍କୁଲ୍ ରୂପାନ୍ତରିତ କରି ଶିକ୍ଷକ ଓ କିରାଣି ନ ଦେଇ ସ୍କୁଲ୍ କୁ ପଙ୍ଗୁ କରିଦେଇଛନ୍ତି ରାଜ୍ୟ ସରକାର ଓ ଶିକ୍ଷା ଅଧିକାରୀ ବୋଲି କହିଛନ୍ତି ଗାଁ ଲୋକେ । ଏନେଇ ଶିକ୍ଷକ ଓ କିରାଣୀ ନିଯୁକ୍ତି ନ କଲେ ଅନିର୍ଦ୍ଧିଷ୍ଟ କାଲ ପାଇଁ ତାଲା ବନ୍ଦ ଆନ୍ଦୋଳନ କରିବୁ ବୋଲି ଛାତ୍ରଛାତ୍ରି କହିଛନ୍ତି ।