Saturday, March 7, 2026
Homeଅଘଟଣଶାସକ ଦଳ କର୍ମୀ ଏବଂ ନେତା ଧମକ ଚମକ ଦେବା ଅଭିଯୋଗରେ ବିଜେପି ପକ୍ଷରୁ ଥାନାରେ...

ଶାସକ ଦଳ କର୍ମୀ ଏବଂ ନେତା ଧମକ ଚମକ ଦେବା ଅଭିଯୋଗରେ ବିଜେପି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ।

ନୂଆପଡ଼ା(ଡେଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ରେ ଭାରତୀୟ ଜନତା ପାର୍ଟି ସମର୍ଥକ ଏବଂ କର୍ମୀ ଙ୍କ ପକ୍ଷ ରୁ ଖଡିଆଳ ଥାନା ରେ ଏକାଧିକ ଲିଖିତ ଅଭିଯୋଗ କରିଛନ୍ତି। , ଶାସକ ଦଳ କର୍ମୀ ଏବଂ ନେତା ଧମକ ଚମକ ଦେବା ଅଭିଯୋଗ କରିଥିବା ବେଳେ ଜୀବନ ପ୍ରତି ଭୟ ଥିବା ଯୋଗୁଁ ସୁରକ୍ଷା ଦେବା ପାଇଁ ଖଡିଆଳ ପୋଲିସ ଙ୍କୁ ନିବେଦନ କରିଛନ୍ତି। ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଏବଂ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଅଛି।

ନିର୍ବାଚନ ଶେଷ ପରେ ଶାସକ ଏବଂ ବିରୋଧୀ ଦଳ କର୍ମୀ ନେତା ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଅଛି। ଫୋନ ଯୋଗେ ଧମକ ଚମକ ଦେଉଥିବା ନେଇ ଏକାଧିକ ଅଭିଯୋଗ ଖଡିଆଳ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ ଏବଂ ଏସଡ଼ିପିଓ ଅରୂପ ଅଭିଷେକ ବେହେରା ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହା ନେଇ ପୋଲିସ ପକ୍ଷ ରୁ ଅଭିଯୋଗ ଦେଇଥିବା ବେଳେ ତଦନ୍ତ କରିବା ପାଇଁ ଏସଡିପିଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

error: Content is protected !!