Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଶରଧାପାଲି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ଶରଧାପାଲି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଶରଧାପାଲି ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉକିଲ ପାଣ୍ଡେଙ୍କ ସଭାପତିତ୍ବରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏବିଡିଓ ଭୀଷ୍ମ ମାଝୀ,ଜିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ,ସମିତିସଭ୍ୟ ଦେବେନ୍ଦ୍ର ଯୋଷୀ,ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ପଣ୍ଡା,ପରମେଶ୍ବର ସାହୁ ପ୍ରମୁଖ ଯୋଗଦେଇଥିଲେ । ସର୍ବପ୍ରଥମେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ମନୋରଞ୍ଜନ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନନ୍ଦକିଶୋର ମେହେର ମଞ୍ଚ ପରିଚାଳନା କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉକିଲ ପାଣ୍ଡେ ବାର୍ଷିକ ବିବରଣୀ ପଠନ କରିବା ସହ ଏହି ଉତ୍ସବ କେବଳ ଏକ କାର୍ଯ୍ୟକ୍ରମ ନୁହଁ ଏହା ଗତବର୍ଷର ସଫଳତା,ପରିଶ୍ରମ ଓ ସାଧନାର ଏକ ସାମୁହିକ ପ୍ରତିବିମ୍ବ ଏହି ମଞ୍ଚରେ ଆମ ଛାତ୍ର ଛାତ୍ରୀ ମାନେ ନିଜ ଗୁଣ,ପ୍ରତିଭା ଓ ସୃଜନଶୀଳତା କୁ ପ୍ରକାଶ କରିବା ପାଇଁ ଏହି ବାର୍ଷିକ ଉତ୍ସବ ଏକ ବହୁତ ବଡ଼ ମାଧ୍ୟମ ବୋଲି ମତ ପ୍ରକାଶ କରିଥିଲେ । ଶିକ୍ଷା ହେଉଛି ସମାଜ ପରିବର୍ତ୍ତନର ସବୁଠାରୁ ବଡ଼ ଅସ୍ତ୍ର । ଏକ ଶିକ୍ଷିତ ଛାତ୍ର ଏକ ସଚେତନ ନାଗରିକ । ଏକ ସଚେତନ ନାଗରିକ ହେଉଛି ଏକ ସଶକ୍ତ ରାଷ୍ଟ୍ରର ଭିତ୍ତି । ସମାଜକୁ ଏମିତି ଶିକ୍ଷା ଦରକାର ଯାହା କେବଳ ଚାକିରି ନୁହେଁ ଚରିତ୍ର ଗଢ଼ିବ ।

ଛାତ୍ରଛାତ୍ରୀ ମାନେ ଶିକ୍ଷା ସହିତ ସଂସ୍କାର , ସିଷ୍ଟାଚାର ଓ ଦେଶ ପ୍ରେମକୁ ନିଜ ଜୀବନର ଅଂଶ କରିବା ସହିତ ଲକ୍ଷ ସ୍ଥିର କରି କଠିନ ପରିଶ୍ରମ କଲେ ଛାତ୍ର ଛାତ୍ରୀ ମାନେ ସଫଳତା ର ଶୀର୍ଷରେ ପହଞ୍ଚି ପାରିବେ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ନିରଞ୍ଜନ ପାଣିଗ୍ରାହୀଙ୍କ ନିର୍ଦ୍ଦେଶନାରେ ମହାବଳୀ ବରବରି ନାମକ ଏକ ଗୀତିନାଟ୍ୟ ଛାତ୍ରଛାତ୍ରୀ ମାନେ ପରିବେଷଣ କରିଥିବା ବେଳେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ବିନ୍ଦୁ ବରିହା,ବିକାଶ ଚନ୍ଦ୍ର ରଣା,ନନ୍ଦକିଶୋର ବେହେରା,ଉମାକାନ୍ତ ସେଠ,କପୂର୍ଚନ ବରିହା,ଖିରେଶ୍ୱରି ବିଶି, ମିତ୍ର ବିନ୍ଦା ଦାଶ, ଦଶମଣି ସାହୁ,ସୋମପ୍ରୀୟା ପଣ୍ଡା,ଦିଲେଶ୍ୱରି ପାତ୍ର, କାଦମ୍ବିନୀ ଭୋଇ ଓ ସମସ୍ତ ଅଣ ଶିକ୍ଷକ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ପ୍ରୟାସରେ କାର୍ଯ୍ୟକ୍ରମଟି ଅତି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବାରୁ ପରିଶେଷରେ ସ୍କୁଲ ପରିଚାଳନା କମିଟି ଅଧକ୍ଷ ଚିତ୍ତରଞ୍ଜନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!