Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଶରତ ପୂର୍ଣିମାରେ ଅଙ୍ଗ ଆଳତୀ ।

ଶରତ ପୂର୍ଣିମାରେ ଅଙ୍ଗ ଆଳତୀ ।

ପଦ୍ମପୁର-ଭାରରତୀୟ ସଂସ୍କୃତି ପରମ୍ପରା ରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ,ବୃକ୍ଷଳତା କୁ ଉପାସନା କରିବାର ଧାରା ରହି ଆସିଛି । ଏହାକୁ ଉପଜୀବ୍ୟ କରି ବୁଧୁବାର ଆଶ୍ୱିନ ପୁର୍ଣିମା ତିଥି ସନ୍ଧ୍ୟା ୬ ଘଣ୍ଟା ସମୟରେ ପଦ୍ମପୁର ମହୁଲପାଲି ସ୍ଥିତ ଅଙ୍ଗ ନଦୀ ଘାଟ ଠାରେ ଐତିହାସିକ ଅଙ୍ଗ ଦ୍ଵିତୀୟ ଆଳତୀ କରାଯାଇଅଛି । ପଣ୍ଡିତ ଆଶୁତୋଷ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅୟୋଜିତ ହୋଇଥିଲା।ଏହି ଆଳତୀ ସମୟରେ ଘଣ୍ଟ,ଶଙ୍ଖ ଓ ବ୍ରାହ୍ମଣ ମାନଙ୍କ ଦ୍ୱାରା ବୈଦିକ ମନ୍ତ୍ରପାଠ ସମଗ୍ର ପରିବେଶ କୁ ମୁଖରୀତ କରିଥିଲା ।

ଏହି ଅବସରରେ ମୃତ୍ୟୁଞ୍ଜୟ ହୋତା, ମଣ୍ଟୁ ହୋତା, ଅରୁଣ ଦାନି,ତୁଳରାମ ସାହୁ, କିଶୋର ଦାନି, ପ୍ରଶାନ୍ତ ସାହୁ, ପ୍ରତାପ ନାଥ,ଅକ୍ଷୟ ଦାନି, ନାରାୟଣ ପଣ୍ଡା,ପ୍ରଫୁଲ୍ଲ କୁମାର ସିଂହ,ସନ୍ତୋଷ କୁମାର ପଣ୍ଡା,ଗଙ୍ଗାଧର ମହାନ୍ତି,ନବୀନ କୁମାର ଦାଶ ଓ ମହୁଲପାଲି ଗ୍ରାମ ର ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଆଳତୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ପରିଶେଷରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

error: Content is protected !!