ପଦ୍ମପୁର-ସ୍ଥାନୀୟ କେନାଲ ପଡ଼ା ବାନଦୂର୍ଗା ମନ୍ଦିର ନିକଟରେ ଗତ ୧୬ ମାର୍ଚ୍ଚ ରୁ ୧୯ ମାର୍ଚ୍ଚ ପର୍ଯ୍ୟନ୍ତ ତିନି ଦିନ ଧରି ଶ୍ରୀ ଶନି ମହାରାଜଙ୍କ ଏକ ମନ୍ଦିର ପ୍ରତଷ୍ଠା ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପଣ୍ଡିତ ରାଧାକାନ୍ତ ମିଶ୍ର, ଦେବେନ୍ଦ୍ର ତ୍ରିପାଠୀ, ବିଜୟ ହୋତା, ନୀଳମଣି ମିଶ୍ର, ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ଏବଂ ପ୍ରବୀଣ ମିଶ୍ରଙ୍କ ଦ୍ଵାରା ତିନି ଦିନ ଧରି ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଏଗାର ଯୋଡ଼ି କର୍ତ୍ତା କାର୍ଯ ସମ୍ପାଦନ କରିଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ଭଗବତ ପାଠ କାର୍ଯକ୍ରମ କରାଯାଇଥିଲା । କେନାଲ ପଡ଼ା ମହିଳା ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମରେ ପ୍ରତିଦିନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । କାଉନସିଲର ପ୍ରିୟରଞ୍ଜନ ଭୋଇଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।


