Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଶକ୍ତୀ ମହାରୁଦ୍ର ଯଜ୍ଞ ଉଦଯାପିତ।

ଶକ୍ତୀ ମହାରୁଦ୍ର ଯଜ୍ଞ ଉଦଯାପିତ।

ବରପାଲି – ବରପାଲି ୧୪୭ ତମ ଶୀତଳଷଷ୍ଠୀ ଯାତ୍ରା ପକ୍ଷରୁ ଆୟୋଜିତ ମହାରୁଦ୍ର ଯଜ୍ଞ ନୀତିକାନ୍ତି ପରମ୍ପରା ଅନୁସାରେ ସମାପନ ହୋଇଯାଇଛି । ଯାତ୍ରା କମିଟି ପୁରୋଧା ରାଜପରିବାରର ଜମିଦାର ଲାଲ ବିକ୍ରମ ସିଂଦେଓ ଓ ପ୍ରଶାନ୍ତ ସିଂଙ୍କ ସମେତ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ , ସମ୍ପାଦକ ଜୟନ୍ତ ତ୍ରିପାଠୀ ଓ କର୍ମକର୍ତ୍ତାମାନେ ନବରତ୍ନ ପଣ୍ଡିତ ମଣ୍ଡଳୀଙ୍କ ସହାୟତାରେ ପୂର୍ଣ୍ଣାହୁତି ପର୍ବ ହୋମଯଜ୍ଞ ସମ୍ପନ୍ନ କରିଥିଲେ । ଯଜ୍ଞ ପ୍ରାରମ୍ଭ ଦିନରୁ କ୍ରମାଗତ ଭାବେ ପାଳନୀୟ ସମସ୍ତ ବିଧିବିଧାନ ମଧ୍ୟରେ ପରିଚାଳିତ ହୋଇଥିଲା । ଯାତ୍ରାକାରୀ ଦଳ ଓ କମିଟି ପୁରୋଧାମାନେ ଯଜ୍ଞ ଅନୁଷ୍ଠାନ ପ୍ରାରମ୍ଭରୁ ବାବା କପିଳେରଶ୍ବର ଦେବଙ୍କୁ ରୁଦ୍ରଯଜ୍ଞ ଅନୁଷ୍ଠାନ ସଫଳ କାର୍ଯ୍ୟକ୍ଷମ ନିମନ୍ତେ ପୂଜାର୍ଚ୍ଚନା ମାଧ୍ୟମରେ ଆଜ୍ଞା ମାଗିଥିଲେ ।

ପରେ ମନ୍ଦିର ପୂଜକମାନଙ୍କ ସହାୟତାରେ ଯାତ୍ରାକାରୀ ଦଳ କପିଳେଶ୍ଵର ମନ୍ଦିରରୁ ନାଗ ଦେବତା ଓ ଆଜ୍ଞାମାଳ ନେଇ ଶୋଭାଯାତ୍ରା ଦଳ ସ୍ଥାନୀୟ ସମଲେଶ୍ଵରୀ ମନ୍ଦିର ସମ୍ମୁଖରେ ପୂର୍ବରୁ ସୁସଜ୍ଜିତ ହୋଇ ପ୍ରସ୍ତୁତ ଥିବା ଯଜ୍ଞ ମଣ୍ଡପରେ ନାଗ ଦେବତାଙ୍କୁ ସ୍ଥାପନ କଲାପରେ ହୋମଯଜ୍ଞର ପୂର୍ଣାହୁତି ପର୍ବ ପଣ୍ଡିତମାନଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ପଣ୍ଡିତମାନେ ସପ୍ତଚଣ୍ଡି ଶ୍ଳୋକ ପାଠ ସହିତ ରୁଦ୍ରଷ୍ଟାଧ୍ୟାୟୀ ଘୃତ ଆହୁତି ହୋମକୁଣ୍ଡରେ ପ୍ରଦାନ କରିଥିଲେ ।

error: Content is protected !!