Monday, November 25, 2024
spot_imgspot_imgspot_img
Homeରାଜ୍ୟଲୋକମୁକ୍ତି ସଂଗଠନ ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ।

ଲୋକମୁକ୍ତି ସଂଗଠନ ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ।

କୁଚିଣ୍ଡା(ତପନ ଦାଶ)-ମୋ ଜଙ୍ଗଲ ଜମି ଯୋଜନାରେ କାର୍ଯ୍ୟକାରିତା ସମୟରେ ଜଙ୍ଗଲ ଅଧିକାର ଆଇନର ମୁଲ ଲକ୍ଷ୍ୟରୁ ବିଚ୍ୟୁତ ହୋଇ ଉଲ୍ଲଘଂନ ହେଉଥିବା କାର୍ଯ୍ୟକୁ ରୋକିବା ଏବଂ ଏ ଦିଗରେ ବିଚାର କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଆବାହକ ଅନନ୍ତ ପଣ୍ଡାଙ୍କ ନେତୃତ୍ୱରେ ଲୋକମୁକ୍ତି ସଂଗଠନ ପକ୍ଷରୁ ଆଜି କୁଚିଣ୍ଡା ମୁଖ୍ୟାଳୟରେ ବିକ୍ଷୋଭ କରିବା ସହିତ ଏକ ବିଶାଳ ରାଲି ସହର ପରିକ୍ରମା କରିଥିଲା ।

ଏହା ସହ ଜଙ୍ଗଲଜମି ସମ୍ବନ୍ଧିତ ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ତେବେ ଉପଜିଲ୍ଲାପାଳ ଅନୁପସ୍ଥିତ ଥିବା ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ପ୍ରଭିଣା ବିଲୁଙ୍ଗ ଏହାକୁ ଗ୍ରହଣ କରିଥିଲେ । ଆବାହକ ଅନନ୍ତ ପଣ୍ଡା ଙ୍କ ନେତୃତ୍ୱରେ ଲୋକମୁକ୍ତି ସଂଗଠନ ର ଶତାଧିକ ମହିଳା ଓ ପୁରୁଷ ବିକ୍ଷୋଭ କରିଥିଲେ. ଇରାତ ନାଏକ, ଭିନିତ ସମଦ, ପାତ୍ରସ ବାଘ, ଖତୁନାଥ ପିଙ୍ଗ, କେଦାର ବରିହା ପ୍ରମୁଖ ଯୋଗଦେଇ ଦାବିପତ୍ର ପ୍ରଦାନ କରିଥିଲେ ।

error: Content is protected !!