Saturday, March 7, 2026
Homeରାଜ୍ୟଲେଣ୍ତାରେ ଦୁର୍ନିତୀ ନିବାରଣ ସପ୍ତାହ ପାଳିତ ।

ଲେଣ୍ତାରେ ଦୁର୍ନିତୀ ନିବାରଣ ସପ୍ତାହ ପାଳିତ ।

ବରପାଲି-ବରପାଲି ବ୍ଲକ ଲେଣ୍ତା ପଞ୍ଚାୟତ ପରିସରରେ ର୍ଦୁନିତୀ ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ସରପଞ୍ଚ ସୁଜାତା ବେହେରାଙ୍କ ଅଧ୍ଯକ୍ଷତାରେ କାର୍ଯ୍ଯକ୍ରମ ପରିଚାଳତ ହୋଇଥିଲା। ବରଗଡ ର୍ଦୁନିତୀ ନିବାରଣ ଶାଖା ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମରେ ସତ୍ଯନିଷ୍ଠ ସଂସ୍କୃତି ହିଁ ସମୃଦ୍ଧିର ଭିତ୍ତି ବିଷୟକୁ ନେଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା।

କାର୍ଯ୍ୟକ୍ରମରେ ବରଗଡ଼ ଭିଜିଲାନ୍ସ ଇନ୍ସପେକ୍ଟର ସୁଷମା ତିର୍କୀ,ଇନ୍ସପେକ୍ଟର ତୁସାରକାନ୍ତି ମହାପାତ୍ର, ଇନ୍ସପେକ୍ଟର ସୁଷମା ପଶାୟତ,ବ୍ଲକ କନିଷ୍ଠ ଯନ୍ତ୍ରୀ ନନ୍ଦିନୀ ନାଏକ, ଲେଣ୍ଡା ପଞ୍ଚାୟତ ଅଧିକାରୀ ପ୍ରମୋଦ ପଧାନ ଓ ଜି ପି ଏଲ ଏଫ ଗୌରୀ ମହାନନ୍ଦ ସହିତ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ।

ଭିଜିଲାନ୍ସ ବିଭାଗଅଧୂକାରୀ ମାନେଉତ୍କୋଚର କୁପ୍ରଭାବ ବିଷୟରେବୁଝାଇବା ସହ “ସତ୍ୟନିଷ୍ଠ ସଂସ୍କୃତିହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତ” ମୂଳମନ୍ତ୍ରରେଦୀକ୍ଷିତ ହେବାକୁ ପ୍ରବର୍ତ୍ତାଇଥିଲେ। ପରେ ଜନତା ଓ ଅତିଥି ମାନେସାଧୁତାର ଶପଥ ପାଠ ମିଳିତ ଭାବେ କରିଥିଲେ।

ଚଳିତ ଦୁର୍ନିତୀ ନିବାରଣ ସପ୍ତାହ ଆଗାମୀ ୦୩.୧୧.୨୦୨୪ ତାରିଖ ପର୍ଯ୍ୟନ୍ତ ବରଗଡ ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମ ସଭା, ସଚେତନତା ଶୋଭାଯାତ୍ରା ସ୍କୁଲ,କଲେଜ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ ମାଧ୍ଯମରେ ଲୋକଙ୍କୁ ସଚେତନ ସୃଷ୍ଟି କରିବାର ଯୋଜନା ରଖାଯାଇଥିବା ଜଣାପଡିଛି ।

error: Content is protected !!