Tuesday, November 26, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲରେ ଗଙ୍ଗାଧର ଜୟନ୍ତୀ ପାଳିତ।

ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲରେ ଗଙ୍ଗାଧର ଜୟନ୍ତୀ ପାଳିତ।

ବରପାଲି-ବରପାଲି ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ପରିସରରେ ଗଙ୍ଗାଧର ଶିଶୁସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ସମାରୋହରେ ମୁଖ୍ୟଅତିଥି ଭାବେ ଚିତାଲୋ ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଡ. ଲକ୍ଷ୍ମଣ କୁମାର ପ୍ରଧାନ, ସମ୍ବର୍ଦ୍ଧିତ ଅତିଥି ଭାବେ ବିଜେପୁର ମହାବିଦ୍ୟାଳୟ ଅଧ୍ୟାପକ ଡ.ଚିନ୍ମୟ ସାହୁ , ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସୁନିତା ମୁଣ୍ଡ, ଉପାଧ୍ୟକ୍ଷ ସୁଶୀଳ କୁମାର ରଥ ସଂସଦର ସଂଯୋଜକ ଅନୁପମ ଗଡତିଆ ଉପସ୍ଥିତ ରହି ସ୍ଵଭାବ କବିଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ପୁଷ୍ପାର୍ଘ୍ଯ ପ୍ରଦାନ କରାଯାଇଥିଲା। ଶିଶୁ ସାହିତ୍ୟ ସଂସଦ ସଭାପତି ସୁଶ୍ରୀ ଅନନ୍ୟା ପଧାନ କାର୍ଯ୍ୟକ୍ରମର ସଂଯୋଜନା କରି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ସଂପାଦିକା ଛାତ୍ରୀ ଝାନସୀ ରାଣୀ ଦର୍ଜୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।

ପରେ ପରେ ଉପସଭାପତି ସୁପ୍ରୀତ ପୂଜାରୀ ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ କୁମାରୀ ତୁଳସୀ ମେହେର, ସ୍ୱୟଂସିଦ୍ଧା ପ୍ରଧାନ ଓ ଝାନସୀ ବନଛୋର କବିତାର ପଙକ୍ତି ଆବୃତ୍ତି କରିବା ସହ ବ୍ୟାଖ୍ୟା କରିଥିଲେ । ଏକାଡେମୀର ପରିଚାଳନା ନିର୍ଦ୍ଦେଶିକା ସୁନିତା ମୁଣ୍ଡ ତାଙ୍କ ଅଭିଭାଷଣରେ ଗଙ୍ଗାଧରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧିତ କରିଥିଲେ । ମୁଖ୍ୟଅତିଥି ଶ୍ରୀଯୁକ୍ତ ପ୍ରଧାନ ତାଙ୍କ ବକ୍ତବ୍ୟରେ ଗଙ୍ଗାଧରଙ୍କ ସାହିତ୍ୟକୃତିରେ ଉତ୍ତମ ଚରିତ୍ର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ଅବସରରେ ହୋଇଥିବା କବିତା ଆବୃତ୍ତି ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶିକା ଡ. ଚିନ୍ମୟ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ “ଗଙ୍ଗାଧର ସମ୍ମାନ-୨୦୨୪”ରେ ସମ୍ୱର୍ଦ୍ଧିତ କରିଥିଲେ ।

ଛାତ୍ରୀ ଶ୍ରଦ୍ଧା ସୁମନ ଦୀପ ମାନପତ୍ର ପଠନ କରିଥିଲେ । ପରିଶେଷରେ ପଦ୍ମ ଲୋଚନ ଦାଶ, ,ସୀମାରାଣୀ ବେହେରାଙ୍କ ସହଯୋଗରେ ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଛାତ୍ରୀ ଝାନସୀ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ପକ୍ଷରୁ ଛାତ୍ର ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି ଗଙ୍ଗାଧର ଜ୍ୟୋତିକୁ ସ୍ଵାଗତ କରିବା ସହ ଗଙ୍ଗାଧର ମେହେରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ ।

error: Content is protected !!