Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଲାୟନ୍ସ କ୍ଲବ ବରଗଡ଼ର ସ୍ଥାପନା ଦିବସ ।

ଲାୟନ୍ସ କ୍ଲବ ବରଗଡ଼ର ସ୍ଥାପନା ଦିବସ ।

ବରଗଡ଼ – ସ୍ଥାନୀୟ ଟୁଲି ହୋଟେଲ ସମ୍ମିଳନୀ କକ୍ଷରେ ବରଗଡ଼ ଜିଲ୍ଲା ଲାୟନ୍ସ କ୍ଲବର ୪୫ ତମ ସ୍ଥାପନା ଦିବସ ସଭାପତି କିଶନ ଲାଲ ଅଗ୍ରୱାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଲାୟନ୍ ଦୀପକ ବଲୋଦିଆ ସଂପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ପ୍ରଦୀପ ବନସଲ ଓ ଡିଷ୍ଟ୍ରିକ୍ଟ୍ ଗଭର୍ଣ୍ଣର 2 ଲାୟନ ଚରନଜୀତ କୈ।ର ହୁରା ଯୋଗଦେଇ ବରଗଡ଼ ଲାୟନ୍ସ କ୍ଲବ ର କାର୍ଯ୍ୟ କଳାପ କୁ ଭୁୟସୀ ପ୍ରଶଂସା କରିଥିଲେ ।ବର୍ଷସାରା କରାଯାଇଥିବା ଜନ ସେବାର ସମିକ୍ଷା କରାଯିବା ସହିତ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା । ଆଗାମୀ ୨୦୨୪-୨୫ ବର୍ଷ ପାଇଁ ସଭାପତି ଭାବେ ଲାୟନ ସୁବାସ ଅଗ୍ରୱାଲ, ସଂପାଦକ ଲାୟନ ଅଭୟ କୁମାର ଭୋଇ, କୋଷାଧ୍ୟକ୍ଷ ଲାୟନ ଶୁଶାନ୍ତ କୁମାର ତ୍ରିପାଠୀ ମନୋନୀତ ହୋଇଥିବାବେଳେ ନୂତନ ସଦସ୍ୟ/ ସଦସ୍ୟା ମାନଙ୍କୁ ସଠିକ କାର୍ଯ୍ୟକଲାପ ପାଇଁ ସପଥ ଗ୍ରହଣ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଲାୟନ ଓମ୍ ପ୍ରକାଶ ଲାଠ,ଲାୟନ ସ୍ବାଧିନ ଶର୍ମା,ଲାୟନ, ଲାୟନ ବିକାଶ ମିତ୍ତଲ,ଲାୟନ ସୁବାସ ଅଗ୍ରୱାଲ,ଲାୟନ,ଲାୟନ ମନୋରଞ୍ଜନ ପୂଜାରୀ,ଲାୟନ ରାମ କୃଷ୍ଣ ମେହେର,ଲାୟନ ଜଗଦୀଶ ମିତ୍ତଳ,ଲାୟନ ଏନ ପି ସିଙ୍ଗଲ,ଲାୟନ ସଂଜୟ ମିତ୍ତଳ, ଲାୟନ ସୁସୀଲ କର,ଲାୟନ ସଙ୍କର୍ସଣ ମିଶ୍ର,ଲାୟନ ପଙ୍କଜ ଧାନୁକା,ଲାୟନ ସି.ଏମ୍.ରାଓ,ଲାୟନ ସଂଜୁଲତା ଭୋଇ,ଲାୟନ ଅଞ୍ଜନା ଦାସ,ଲାୟନ ସକୁନ୍ତଳା ମିତ୍ତଳ, ଲାୟନ ଉର୍ମିଳା ଅଗ୍ରୱାଲ ଓ ଆହୁରି ଅନେକ ସଭ୍ୟ ଯୋଗଦେଇଥିଲେ । ଲାୟନ ଅନୀତା ଲାଠ ଓ ଲାୟନ କୋମଳ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଲାୟନ ଅଭୟ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!