ପଦ୍ମପୁର-ଜୁଲାଇ ୧ ତାରିଖକୁ ଜାତୀୟ ଡାକ୍ତର ଦିବସ ଭାବରେ ପାଳନ କରାଯାଏ । ଡାକ୍ତର ମାନଙ୍କୁ ଦ୍ୱିତୀୟ ଈଶ୍ୱର ଭାବରେ ପରିଗଣିତ କରାଯାଏ । ଜୀବନ ରକ୍ଷକ ଭାବେ ଡାକ୍ତର ମାନଙ୍କ ସମର୍ପଣ ଓ ଭୂମିକାକୁ ନେଇ ପଦ୍ମପୁର ସହରରେ ମଧ୍ଯ ପାଳିତ ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କ ନିଃସ୍ୱାର୍ଥପର ସମର୍ପଣ ଓ ଅବିଚଳିତ ପ୍ରତିବଦ୍ଧତା ଏବଂ ଲୋକଙ୍କ ଜୀବନରେ ଡାକ୍ତରଙ୍କ ଭୂମିକା କୁ ସ୍ମରଣ ଓ ସମ୍ମାନ ଦେବା ପାଇଁ ପଦ୍ମପୁର ଲାୟନ୍ସ କ୍ଲବ ସମ୍ପାଦକ ସୌମ୍ୟଜିତ ପାଢ଼ୀଙ୍କ ନେତୃତ୍ୱରେ ଜାତୀୟ ଡାକ୍ତର ଦିବସ ପାଳନ ହୋଇଯାଇଛି।

ଏହି ଅବସରରେ ପଦ୍ମପୁରର ଏଲୋପେଥିକ, ହୋମିଓପାଥିକ, ଆୟୁର୍ବେଦିକ ବିଭାଗର ୩୦ ଜଣ ଡାକ୍ତରଙ୍କୁ ଫୁଲ, ଚନ୍ଦନ, ଉତ୍ତରୀୟ ଓ ମିଠା ଦେଇ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ ଲାୟନ୍ସ ବେଣୁମାଧବ ଦୋରା, ଲାୟନ୍ସ ଚିତ୍ତ ରଞ୍ଜନ ଦାଶ, ସନ୍ତୋସିନୀ ରଥ, କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ, ରାଜକିଶୋର ଯୋଶୀ, ବିଷ୍ଣୁ ନାରାୟଣ ଦୋରା, ହୁମାଂଶୁ ଯୋଶୀ, ଶାଶ୍ୱତ ଦାସ, ସେବକ ମେହେର, ଶଙ୍କର ସିନ୍ହା ପ୍ରମୁଖ ସଦସ୍ଯ ଉପସ୍ଥିତ ରହି ଡାକ୍ତରଙ୍କୁ ଉତ୍ସାହିତ କରିଥିଲେ। ଲାୟନ୍ସ କ୍ଲବର ଏହି ସୁନ୍ଦର କାର୍ଯ୍ୟକ୍ରମକୁ ଉପଖଣ୍ଡ ଚିକିତ୍ସାଧିକାରୀ ଡ଼. ଆଶୁତୋଷ ହୋତା ଧନ୍ୟବାଦ ଜଣାଇଥିଲେ।




