Saturday, May 24, 2025
spot_imgspot_imgspot_img
Homeରାଜ୍ୟଲାୟନ୍ସ କ୍ଲବ୍ ପଦ୍ମପୁରର ଶୀତଳ ଷଷ୍ଠୀ ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଲାୟନ୍ସ କ୍ଲବ୍ ପଦ୍ମପୁରର ଶୀତଳ ଷଷ୍ଠୀ ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ପଦ୍ମପୁର – ସ୍ଥାନୀୟ ଲାୟନ୍ସ ଭବନ ପରିସରରେ ଲାୟନ୍ସ ଶ୍ରୀ ପ୍ରୀତମ୍ ମେହରଙ୍କ ସଭାପତିତ୍ବ ରେ ଚଳିତ ବର୍ଷର ଶୀତଳ ଷଷ୍ଠୀ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେହେତୁ ପ୍ରବଳ ଗରମରେ ଶୋଭାଯାତ୍ରାଟି ଅନୁଷ୍ଠିତ ହେବା ସହ ବହୁ ଲୋକଙ୍କର ସମାଗମ ହୋଇଥାଏ ସେ ସବୁକୁ ଆଖି ଆଗରେ ରଖି ଆସନ୍ତା ୩୧ ମଇ ଶନିବାର ଦିନ ଥଣ୍ଡା ସର୍ବତ ବଣ୍ଟନ କଚେରୀ ଛକ ଠାରେ କରିବା ପାଇଁ ନିଷ୍ପତ୍ତି ନିଆଗଲା।

ଏହି ସଭାରେ ଲାୟନ୍ସ ବେଣୁ ମାଧବ ଦୋରା,ଲାୟନ୍ସ ଚିତ୍ତରଞ୍ଜନ ଦାଶ,ଲାୟନ୍ସ ବିନୋଦ ବିହାରୀ ମିଶ୍ର,ଲାୟନ୍ସ ସୌମ୍ୟଜିତ୍ ପାଢ଼ୀ,ଲାୟନ୍ସ ହିମାଂଶୁ ଯୋଶୀ,ଲାୟନ୍ସ ସଦାନନ୍ଦ ପୁରୋହିତ ଓ ଅନ୍ୟ ସଭ୍ୟ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

error: Content is protected !!