Thursday, March 12, 2026
Homeକଳା ସାହିତ୍ୟ ସଂସ୍କୃତିଲରମ୍ଭା ମହାବିଦ୍ୟାଳୟରେ ବିଶ୍ବଏଡସ ଦିବସ ପାଳିତ ।

ଲରମ୍ଭା ମହାବିଦ୍ୟାଳୟରେ ବିଶ୍ବଏଡସ ଦିବସ ପାଳିତ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା ମହାବିଦ୍ୟାଳୟ ଠାରେ ବିଶ୍ବ ଏଡସ ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ କଲେଜ ସ୍ଥିତ ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନାର ସମସ୍ତ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀଙ୍କୁ ନେଇ କଲେଜ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବିଭିନ୍ନ ସଚେତନର ବାର୍ତ୍ତା ସହ ଅନୁଷ୍ଠିତ ହୋଇଥିଲା।

ଏଥିରେ ଯୁବରେଡକ୍ରସ ଅଧିକାରୀ ସୁନୀଳ କୁମାର ପ୍ରଧାନ, ବୀଣା ମେହେର, ଜାତୀୟ ସେବା ଯୋଜନା ଅଧିକାରୀ ଡଃ ଅଜିତ କୁମାର ନାଥ, ଗଣେଶ ସିଂ, ସଂଘମିତ୍ରା ମହାକୁର ସମେତ ସୁଶୀଳ ମହାକୁର, ଗୋବିନ୍ଦ ପୋଢ, ଗିରିଧାରୀ ପୁଟେଲ, ରଜତ ସାହୁ ପ୍ରମୁଖ ଯୋଗଦେଇ ଗ୍ରାମ୍ୟ ପରିକ୍ରମା କରାଇଥିଲେ । ଏହି ଉଦ୍ଦେଶ୍ୟରେ ଚଳିତ ମାସ ୩ ତାରିଖରେ ଭିମସାର ବୁର୍ଲା ସହାୟତାରେ କଲେଜ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବାର ଘୋଷଣା କରାଯାଇଅଛି ।

error: Content is protected !!