ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ସ୍ଥିତ ଲରମ୍ଭାକଲେଜର ରସାୟନ ବିଭାଗ ଦ୍ବାରା ପାନୀୟ ଜଳର ଶୁଦ୍ଧତା ଓ ଏଥିରେ ଥିବା ଅମ୍ଲ, କ୍ଷାର, କ୍ଲୋରିନ ଆଦି ମାତ୍ରାର ମୂଲ୍ୟ ନିରୂପଣ ଉପରେ ଏକ ଜନସଚେତନ କାର୍ଯ୍ୟକ୍ରମ କରାଯାଇଅଛି। ଏଥିରେ କଲେଜ ପରିସର, ନିକଟସ୍ଥ ଲରମ୍ଭା ହାଇସ୍କୁଲ, ଲରମ୍ଭା ଗ୍ରାମ ଓ ଅମସ୍ତଲା ଗ୍ରାମର ବ୍ୟବହୃତ ପାନୀୟ ଜଳର ମାନ ପରୀକ୍ଷଣ କରାଯାଇଥିଲା। ଏହି ଅବସରରେ ଲରମ୍ଭା ହାଇସ୍କୁଲଠାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସାଧାରଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ବିଭିନ୍ନ ଜଳବାହିତରୋଗ ସହିତ ମୁଖ୍ୟକରି ବୃକକ ରୋଗ ଉପରେ ଜଳର ପ୍ରଭାବକୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳରେ ଜଳର ଟିଡିଏସ ମାନ ଅଧିକ ରହୁଥିବାର ଜଣାପଡିଛି । କଲେଜ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ଭୋଇ, ଅଧ୍ୟାପକ ସରୋଜ ନାୟକ, ଯଶୋବନ୍ତ ସେଠ, ବୈଦ୍ୟନାଥ ନାଏକ,ପାୟଲ ସାହୁ, ପ୍ରଧାନଶିକ୍ଷକ ଆଲୋକ ସାହୁ, ଶିକ୍ଷକ ବିନୟ କୁମାର ନାୟକ, ଦେବାଶିଷ ପାତ୍ର, ତାରାଚାନ୍ଦ କଣ୍ଟା ସମେତ ରସାୟନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।


