Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଲରମ୍ଭା କଲେଜର ବାର୍ଷିକ ଉତ୍ସବ : ଯୋଗଦେଲେ ବିଧାୟକ ନିହାର ରଞ୍ଜନ ମହାନନ୍ଦ ।

ଲରମ୍ଭା କଲେଜର ବାର୍ଷିକ ଉତ୍ସବ : ଯୋଗଦେଲେ ବିଧାୟକ ନିହାର ରଞ୍ଜନ ମହାନନ୍ଦ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ସ୍ଥିତ ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା ମହାବିଦ୍ୟାଳୟ ଲରମ୍ଭାର ବାର୍ଷିକଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ସଭାପତି ଅଧ୍ୟକ୍ଷ ଲରମ୍ଭା ମହାବିଦ୍ୟାଳୟ ଡ. ପ୍ରମୋଦ କୁମାର ଭୋଇ ମୁଖ୍ୟଅତିଥି ଅତାବିରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ନିହାର ରଞ୍ଜନ ମହାନନ୍ଦ, ମୁଖ୍ୟବକ୍ତା ଅଧ୍ୟକ୍ଷ ମ୍ୟୁନସିପାଲ କଲେଜ ରାଉରକେଲାର ଡ. ସନାତନ ପ୍ରଧାନ ଉପସଭାପତି ପ୍ରାଧ୍ୟାପକ ଇଂରାଜୀ ବିଭାଗ ଲରମ୍ଭା କଲେଜର ଡ.ଭରତ ଭୂଷଣ ଚୈାଧୁରୀ, ପ୍ରାଧ୍ୟାପକ ଅର୍ଥନୀତି ବିଭାଗର ଡ. ଦିଗମ୍ବର ଚାନ୍ଦ ମଂଚାସୀନ ଥିଲେ ।

ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ମହାବିଦ୍ୟାଳୟର ପ୍ରାଧ୍ୟାପକ ଅଶୋକ ମହାନ୍ତି, ଅଧ୍ୟାପିକା ଯଶୋବନ୍ତୀ ସା, ବୀଣା ମେହେର, ପ୍ରମୋଦ ଚନ୍ଦ୍ର ସେଠ, ରବିନ୍ଦ୍ର କୁମାର ନାଏକ, ସିଦ୍ଧେଶ୍ବର ପ୍ରଧାନ, ସମୀର କୁମ୍ଭାର,ଚୂଳାରାଜ ମେହେର ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ସମସ୍ତ କର୍ମଚାରୀ, ବହୁମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଡ.ଦିଗମ୍ବର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଦିବସର ଦ୍ବିତୀୟ ଅଧିବେସନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।

error: Content is protected !!