
ବୌଦ୍ଧ(ନବକିଶୋର ମେହେର)-ବୌଦ୍ଧ ବ୍ଳକ୍ ଖୁଣ୍ଟବନ୍ଧ ପ୍ରାଥମିକ ସମବାୟ ସମିତି ପକ୍ଷରୁ ଖରିଫ ଧାନ କ୍ରୟ ପାଇଁ ଶୁକ୍ରବାର ନାରାୟଣନଗର ସାପ୍ତାହିକ ବଜାର ଠାରେ ଲକ୍ଷ୍ମୀପ୍ରସାଦ ମଣ୍ଡି ଉଦ୍ଘାଟିତ ହୋଇଛି। ଲକ୍ଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲକ୍ଷ୍ମୀପ୍ରସାଦ ମଣ୍ଡିକୁ ଉଦ୍ଘାଟନ କରିଥିଲେ । ଚାଷୀ ଝାଣ୍ଟୁରାମ ଭୋକ୍ତା, ସୁଷମା କହଁର, ଶିମ ବlହୁକ, ଘାସିରାମ ଭୋକ୍ତା, ସରୋଜିନୀ ପାଣ୍ଡେଙ୍କ ଠାରୁ ୧୬୨ କୁଇଣ୍ଟାଲ ଧାନ କିଣାଯାଇଥିଲା।

ଏହି ଧାନକୁ ପ୍ରଥମେ ପାହାଡ଼ବାଲି ଓ ଗୋପୀନାଥ ରାଇସମିଲ କିଣିଥିଲା । ସେହିପରି ପାହାଡ଼ବାଲି, ରାଣୀସତୀ, ଗୋପୀନାଥ, ସେରlବାଲି, ଲାଖଦୀପ ଧାନ ଉଠାଇ ପାଇଁ ଚୁକ୍ତିନାମା କରିଥିବା ଜଣାପଡିଛି l ଆରଏମସିର ଗଣେଷ ବେହେରା, ସମିତିର ସମ୍ପାଦକ ଦେବାଶିଷ ମିଶ୍ର, କର୍ମଚାରୀ -ସୁଦିପ ନାଏକ, ରଞ୍ଜନ ପ୍ରଧାନ, ରାଜୀବ ଲୋଚନ ସର୍ଦ୍ଧାର ସିଂ ପ୍ରମୁଖ ସହଯୋଗ କରିଥିଲେ ।



