Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଲକ୍ଷ୍ମୀପ୍ରସାଦରେ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ।

ଲକ୍ଷ୍ମୀପ୍ରସାଦରେ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ।

ବୌଦ୍ଧ-ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାରାୟଣନଗର କ୍ଳଷ୍ଟର ସ୍ତରୀୟ ଶିକ୍ଷା ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନନ୍ତି ଭୋଇଙ୍କ ଅଧ୍ୟକ୍ଷତାରେ ସୋମବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରତିନିଧି ଧର୍ମୁଧର ପୋଢ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ସଭାକୁ ଉଦଘାଟଣ କରିଥିଲେ l ସମ୍ମାନିତ ଅତିଥି ଭାବେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ଜହ୍ନାପଙ୍କ ଉଚ୍ଚ ବିଦ୍ୟାଲୟର ସଭାପତି ସ୍ୱାଧୀନ ପ୍ରଧାନ, ଲକ୍ଷ୍ମୀପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭାପତି ବାସନ୍ତୀ ମେହେର, ସିଆରସିସି ସନ୍ତୋଷ ଶତପଥୀ ମଞ୍ଚାସିନ ଥିଲେ ।

ଶିକ୍ଷକ ପୂର୍ଣ୍ଣଚନ୍ଦ୍ର କରଡ଼ିଆ ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଶାନ୍ତନୁ ଭୋକ୍ତା ସମୀକ୍ଷକ ଭାବରେ ଯୋଗଦେଇ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ସମ୍ପର୍କର ସୂଚନା ପ୍ରଦାନ କରିଥିଲେ l ଶିକ୍ଷା ସଭାରେ ଶିକ୍ଷକ ସନ୍ତୋଷ ବେହେରା, ଲକ୍ଷ୍ମଣ ମେହେର, ରତିକାନ୍ତି ଜଟି, ବିଶ୍ୱେଶ୍ୱର ପୁରୋହିତ, ଉମେଶ ବାଦୀ, ଦାମୋଦର ବହିଦାର, ଶୁଶାନ୍ତ ବିଶ୍ୱାଳ, ପ୍ରଦୀପ ସାହୁ, ଶିକ୍ଷୟତ୍ରୀ ମିନା ପ୍ରଧାନ, କବିତା ମିଶ୍ର, ରେଣୁକା ପ୍ରଧାନ, ଦୀପାଞ୍ଜଳି ସେଠି, ରୁପାରlନି ସାହୁ, ସୁମିତ୍ରା ନାଏକ, ପ୍ରମୁଖ ସହଯୋଗ କରିଥିଲେ । ସନ୍ଧ୍ୟାରେ ଉଦଯାପନୀ କାର୍ଯ୍ୟକ୍ରମରେ ଜଗତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ଦେହୁରୀ ଯୋଗ ଦେଇଥିଲେ । ଶେଷରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର କରଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!