Saturday, March 7, 2026
Homeଅଘଟଣଲକ୍ଷାଧିକ ଟଙ୍କାର ଖଇର କାଠ ସହ ଅଭିଯୁକ୍ତ ଗିରଫ ।

ଲକ୍ଷାଧିକ ଟଙ୍କାର ଖଇର କାଠ ସହ ଅଭିଯୁକ୍ତ ଗିରଫ ।

ପଦ୍ମପୁର-ପଦ୍ମପୁର ବନଖଣ୍ଡ ଫିରିଙ୍ଗିମାଲ ପଞ୍ଚାୟତ ରୋଡ଼ ନିକଟରେ ଏକ ପିକଅପ ସାହାଯ୍ୟରେ ଖଇର କାଠ ଗଣ୍ଡି ଚୋରି ହେଉଥିବା ଖବର ପାଇ ଭାରପ୍ରାପ୍ତ ରେଞ୍ଜର ସୁଦାମ ଜଗଦଳା ସହକର୍ମୀ ସହ ଚଢ଼ାଉ କରିଥିଲେ। ମହେନ୍ଦ୍ରା ପିକଅପ ଓଆର ୩ ସି ୬୧୩୧ ରେ ୨ ହଜାର କେଜି ଖଇର ଗଣ୍ଡି ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ। ତାକୁ ଜବତ କରି ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା ଦମକିପାଲି ଗ୍ରାମର ସୁବାଷ ସେଠକୁ ଗିରଫ କରି କୋର୍ଟ ଚଲାଣ କରାଯାଇଛି। ଏହି ଚଢାଉରେ ରେଞ୍ଜର ଶ୍ରୀ ଜଗଦଳା ସମେତ ସ୍କାର୍ଡ ଦିବାକର ପ୍ରଧାନ, କୃଷ୍ଣ ବଡ଼ଗୁଛିଆ, କେଶରଞ୍ଜନ ବୁଡ଼େକ, ମନ ଠେଟୁଆ, ସୁଧାଂଶୁ ଶେଖର ଭୈସା ସାମିଲ ଥିଲେ।

error: Content is protected !!