ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା କୁମ୍ଭକାର ସମାଜ କୁରାଳ ପଞ୍ଚମୀ ପୂଜା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାର୍ଗଶିର ମାସ ଶୁକ୍ଳପକ୍ଷ ଚତୁର୍ଥୀ ଓ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଦେଷ୍ଟା ଭାବେ ରାମଜୀ ରଣା, ବଳଦେବ ରଣା ଓ କାର୍ତ୍ତିକ ରଣା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି। ଚତୁର୍ଥୀ ଦିନ କଳସ ଯାତ୍ରା ଓ ପଞ୍ଚମୀ ଦିନ ମୂର୍ତ୍ତି ମାନଂକ ପ୍ରାଣ ପ୍ରତିଷ୍ଠା, ହୋମ, ଯଜ୍ଞ ରିତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ପୁରୋହିତ ଭାବରେ ପଣ୍ଡିତ ହିମାଂଶୁ ଶେଖର ଶତପଥୀ ଓ ପଣ୍ଡିତ କାର୍ତ୍ତିକ ଶତପଥୀ ପୂଜାର୍ଚ୍ଚନା କରି ଥିଲେ। କର୍ତା ଭାବରେ ବାସୁଦେବ ରଣା ସପତ୍ନିକ ପୂଜା କାର୍ଯ୍ୟ ତୁଲାଇଥିଲେ। ଆଜି ପୂର୍ଣ୍ଣାହୁତି ପରେ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହି ସମୟରେ କୁରାଳ ପଞ୍ଚମୀ କମିଟି ର ଅଧିପତି ରଣା, କ୍ଷୀରେଶ୍ୱର ରଣା, ମଣି ରଣା, ପୁରୁଷୋତ୍ତମ ରଣା, ଠାକୁର ରଣା, କୂଳ ରଣା, ପ୍ରଭାସ ରଣା ସକ୍ରିୟ ଭାବରେ ଅଂଶଗ୍ରହଣ ସଫଳତା ସହିତ ପୂଜା କାର୍ଯ୍ୟ ସମାପନ ହୋଇଥିଲା।