Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିରେଙ୍ଗାଲି ଠାରେ ନାବାର୍ଡ ସହାୟତା ରେ ହୋଟେଲ ବଉଳା ର ଶୁଭ ଉଦ୍ଦ୍ଘାଟନ ଓ ଗାଈ...

ରେଙ୍ଗାଲି ଠାରେ ନାବାର୍ଡ ସହାୟତା ରେ ହୋଟେଲ ବଉଳା ର ଶୁଭ ଉଦ୍ଦ୍ଘାଟନ ଓ ଗାଈ ଋଣ ପ୍ରଦାନ ।

ବଲାଙ୍ଗୀର-ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଠାରେ ନାବାର୍ଡ ସହାୟତାରେ ଦେବଦତ୍ତ କ୍ଲବ ଆନୁକୁଲ୍ୟ ରେ ହୋଟେଲ ବଉଳା ର ଶୁଭ ଉଦ୍ଦ୍ଘାଟନ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନାବାର୍ଡ କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ର ମୁଖ୍ୟ ମହା ପ୍ରବନ୍ଧକ ଡ଼.ସୁଧାଂଶୁ କେ.କେ.ମିଶ୍ର ଯୋଗ ଦେଇ ଶୁଭ ଉଦ୍ଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡେପୁଟି ମହା ପ୍ରବନ୍ଧକ କମଲ କାନ୍ତ ପଟ୍ଟନାୟକ,ବଲାଙ୍ଗୀର ଜିଲ୍ଲା ବିକାଶ ପ୍ରବନ୍ଧକ ଡ.ବିବେକ କୁମାର ନାୟକ,ବଲାଙ୍ଗୀର ସୁବର୍ଣ୍ଣପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମୁଖ୍ୟ ପରିଚାଳକ ହରିଶ ଦାଶ, ଉକ୍ତଳ ଗ୍ରାମ୍ୟ ବ୍ୟାଙ୍କ ବଲାଙ୍ଗୀର ଆଞ୍ଚଳିକ ମୁଖ୍ୟ ଦେବେସ ରଞ୍ଜନ ଧର,ଦେବଦତ୍ତ କ୍ଲବ ସମ୍ପାଦକ କାହ୍ନୁ ଚରଣ ମାଝି କୋଅପେରେଟିଭ ସୋସାଇଟି ସଭାପତି ଚିନ୍ତାମଣି ଭୋଇ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ସୁଶାନ୍ତ କୁମାର ବିଶ୍ବାଳ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ବିଷୟରେ ଆଲୋଚନା କରିଥିଲେ ।

ଦେବଦତ୍ତ କ୍ଲବ ସମ୍ପାଦକ କାହ୍ନୁ ଚରଣ ମାଝି ସଭା ପରିଚାଳନା କରିଥିବା ବେଳେ ଅତିଥି ମାନେ ବଉଳା ଦୁଗ୍ଧ ଉତ୍ପାଦକ କମ୍ପାନୀ ସଭ୍ୟ ମାନଙ୍କ ଦ୍ଵାରା ଅନେକ ପ୍ରକାର ମିଷ୍ଟାନ୍ନ ତଥା ଖାଦ୍ୟ ପ୍ରସ୍ତୁତ କରି ବିକ୍ରୟ କରୁଥିବାରୁ ପ୍ରଶଂସା କରିବା ସହ ଦୁଗ୍ଧ ଚାଷୀ ମାନଙ୍କ ଆୟ ବୃଦ୍ଧି ନିମନ୍ତେ ଅନେକ ପ୍ରକାର ପରାମର୍ଶ ଦେଇଥିଲେ । ଏହି ଅବସରରେ ବଲାଙ୍ଗୀର ସୁବର୍ଣ୍ଣପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ତରଫରୁ ୨୫ ଜଣ ହିତାଧିକାରୀ ଏବଂ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ଆଗଲପୁର ଶାଖା ତରଫରୁ ୨୫ ଜଣ ହିତାଧିକାରୀ ମାନଙ୍କ ମଧ୍ୟରେ ତିନୋଟି ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଅଂଶୀଦାର ମାନଙ୍କୁ ୨ ଗୋଟି ଗାଈ ଓ କୃଷି ଋଣ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଆଖ ପାଖ ଅଞ୍ଚଳରୁ ଶତାଧିକ ବଉଳା ର ଅଂଶୀଦାର ମାନେ ଯୋଗ ଦେଇଥିଲେ । ଜନ ସାଧାରଣ ଏହି ହୋଟେଲ ମାଧ୍ୟମରେ ସୁସ୍ୱାଦୁ ଖାଦ୍ୟ ମିଳିପାରିବ ବୋଲି ମତ ଦେବା ସହ ଏଭଳି ଏକ କାର୍ଯ୍ୟକ୍ରମ ନିଜ ଅଞ୍ଚଳ ରେ ହେଉଥିବାର ଦେଖି ନାବାର୍ଡ ଓ ଦେବଦତ୍ତ କ୍ଲବ କୁ ଭୂରି ଭୂରି ପ୍ରଶଂସା କରିଥିଲେ । ପରିଶେଷରେ ନରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!