Saturday, February 22, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିରୁଗୁଡିପାଲି ସ୍କୁଲ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ।

ରୁଗୁଡିପାଲି ସ୍କୁଲ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ।

ସୁବର୍ଣ୍ଣପୁର-ସୋନପୁର ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ରୁଗୁଡିପାଲି ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏଥିରେ ଆୟୋଜିତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲାଲଚନ୍ଦ ରଣା ସଭାପତିତ୍ୱ କରିଥିବା ବେଳେ , ବିଦ୍ୟାଳୟର କାର୍ଯ୍ୟରତ ଗ୍ରାଜୁଏଟ୍ ଶିକ୍ଷକ ଶ୍ରୀଯୁକ୍ତ ଦୋଳଗୋବିନ୍ଦ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସଭାରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ମୁକେଶ ପ୍ରଧାନ ବୈଠକ ର ଅଭିମୁଖ୍ୟ ପ୍ରଦାନ କରିଥିଲେ । ଏଥିରେ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

ସଭା ଶେଷରେ ଅଷ୍ଟମ ଶ୍ରେଣୀର ଛାତ୍ରୀ କୁମାରୀ ହିମାଦ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ମାତୃଭାଷା ପ୍ରତି ଆକୃଷ୍ଟ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲାଇବ୍ରେରି ବହି ବଣ୍ଟନ କରି ନିର୍ଭୁଲ ଓ ଅଧିକ ଶବ୍ଦ ଅଳ୍ପ ସମୟରେ ପଠନ କରିପାରୁଥିବା ଉଭୟ ପ୍ରଥମ ରୁ ପଞ୍ଚମ ଓ ଷଷ୍ଠ ରୁ ଅଷ୍ଟମ ର ତିନିଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା ।କାଯ୍ୟକ୍ରମକୁ ବିଦ୍ୟାଳୟ କମିଟୀର ସଭାପତି ଶ୍ରୀଯୁକ୍ତ ସଂଜୟ ବାଘ ତଥା ଅନ୍ୟାନ୍ୟ ସଦସ୍ୟ ସଦସ୍ୟାମାନେ ଉଚ୍ଚ ପ୍ରଶଂଶା କରିଥିଲେ । ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାରେ ଏହା ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ ।

error: Content is protected !!