Saturday, March 7, 2026
Homeରାଜ୍ୟରାସ୍ତା ଅବସ୍ଥା ସୋଚନୀୟ , ଶୀଘ୍ର ମରାମତି ଦାବୀ ।

ରାସ୍ତା ଅବସ୍ଥା ସୋଚନୀୟ , ଶୀଘ୍ର ମରାମତି ଦାବୀ ।

ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ବରଗଡ ରୁ ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ରେଂଗାଲିକ୍ଯାମ୍ପ ଠାରୁ ବାଘପାଲି ପ୍ରଧାନମନ୍ତ୍ରୀ ରାସ୍ତା ଦୀର୍ଘ ବର୍ଷ ହେବ ଅତି ଶୋଚନୀୟ ଅବସ୍ଥା ରହିଛି।ପ୍ରତିଦିନ ଛୋଟଛୋଟ ଦୁର୍ଘଟଣା ଘଟୁଛି। ବିଭିନ୍ନ ସମୟରେ ଖବର ପ୍ରକାଶିତ ହେଲେ ମଧ୍ୟ ଏହାର ମରାମତି ହୋଇପାରିନଥିଲା ।

ଗତ କିଛି ହେଲା ଖରାପ ଜାଗା ମାନଙ୍କରେ କାଁଭା ଭାଁ ପିଚୁ ମରାମତି କାର୍ଯ୍ୟ ଦେଖିବାକୁ ମିଳୁଛି। ତଥାପି ରାସ୍ତା ର ଉଭୟ ପାର୍ଶ୍ଵରେ ବର୍ଷା ରେ ମାଟି ଧୋଇ ବିରାଟ ଗର୍ତ୍ତ ରହିଛି,ଫଳରେ ଦୁଇଟି ଭାରୀଯାନ, ବସ, ଚାରିଚକିଆ ଯାନ, ସାଇଟ ଦେଲାବେଳେ ଓ ବାଇକ, ସାଇକେଲ ଆରୋହୀ ମାନେ ସବୁ ସମୟରେ ସତର୍କତାର ସହ ଯିବା ଆସିବା କୁ ପଡିଥାଏ, ନ ହେଲେ ଦୁର୍ଘଟଣା କୁ ନିମନ୍ତ୍ରଣ କରି ଦୁର୍ଘଟଣାରେ ଶିକାର ହୋଇଥିବା ଜଣାପଡ଼ିଛି ।

ରାସ୍ତାର ଉଭୟ ପାର୍ଶ୍ଵରେ ମୋରମ, ପଥର ଗୁଣ୍ଡ ଇତ୍ୟାଦି ଅତି ଜରୁରୀ ହୋଇପଡ଼ିଛି। ଏହା ବ୍ୟତୀତ ବିଶେଷ ଭାବରେ ଥୁଆପାଲି ଠାରୁ ଯୁଆଡି ଟିକରା କେନାଲ ବ୍ରିଜ ନିକଟରେ ଏକ କଟ ପଏଣ୍ଟ ଅଛି, ଏହି ଜାଗାରେ ସବୁ ବେଳେ ଛୋଟଛୋଟ ଦୁର୍ଘଟଣା ଘଟୁଛି। ବରଗଡ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଉକ୍ତ ସ୍ଥାନ ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ସମସ୍ୟା ଦୂରକରିବା ଅଂଚଳବାସୀ ଦାବୀ କରୁଥିବା ଜଣାଯାଇଛି।

error: Content is protected !!