Sunday, April 20, 2025
spot_imgspot_imgspot_img
Homeଅଘଟଣରାସ୍ତାରେ ଚଲାଇ ଦେଉନାହିଁ କୁକୁଡା ଫାର୍ମର ଦୁର୍ଗନ୍ଧ ।

ରାସ୍ତାରେ ଚଲାଇ ଦେଉନାହିଁ କୁକୁଡା ଫାର୍ମର ଦୁର୍ଗନ୍ଧ ।

ତୁରେକେଲା-ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବେହେରେନସିଲେଟ ଗାଁ ରୁ କର୍ଲାପାଟ ଯାଉଥିବା ରାସ୍ତା କଡରେ କୁକୁଡା ଫାର୍ମ ନିର୍ମାଣ କରାଯାଇଛି। ଯାହାଫଳରେ ଦୁର୍ଗନ୍ଧ ପାଟି ପୁଡୁଛି ସେହି ଅଞ୍ଚଳ। ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଊଛନ୍ତି। ସରକାର ଙ୍କ ନିୟମ ଅନୁସାରେ ରାସ୍ତା କଡ ରେ କୁକୁଡା ଫାର୍ମ ନିର୍ମାଣ ନ ହେବା କଥା ହେଳେ ରାସ୍ତା କୁ ଲାଗି ବ୍ଯବସାୟୀ ଜଣକ ବେଇଆନ ଭାବେ କୁକୁଡା ଫାର୍ମ ନିର୍ମାଣ କରିଛନ୍ତି। କୁକୁଡା ଫାର୍ମ ନିର୍ମାଣ ହେବାରୁ ପୂର୍ବ ରୁ ପ୍ରଦୁଷଣ ବିଭାଗ ଅନୁମତି ଲାଗିଥାଏ ହେଳେ ଏହି ଫାର୍ମ ପାଇଁ ଅନୁମତି ମିଳିଛି ?।

ଯଦି ଅନୁମତି ମିଳିଛି ତେବେ ରାସ୍ତା କଡ ରେ କେଉଁ ଅଧିକାରୀ ଅନୁମତି ଦେଳେ ଫାର୍ମ ନିର୍ମାଣ କରିବା ପାଇଁ। ବ୍ୟବସାୟୀ ଜଣକ ଫାର୍ମ ନିର୍ମାଣ କରି ମାଲେମାଲ ହେଉଥିବା ସେପଟେ ସାଧାରଣ ଜନତା ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହି ରାସ୍ତା ଦେଇ ପ୍ରତୋକ ଦିନ ଶହ ଶହ ଲୋକ ବ୍ଳକ ଅଫିସ କୁ ଯାଉଥିବା ବେଳେ ଫାର୍ମ ଲାଗି ହେକ୍ଟର ହେକ୍ଟର ଚାଷ ଜମି ରହିଛି ଫାର୍ମ ଦୁର୍ଗନ୍ଧ ଯୋଗୁଁ ଚାଷୀ ମଧ୍ଯ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। ତେବେ ବଲାଙ୍ଗୀର ଜିଲ୍ଲାପାଳ ଏହି ସମସ୍ୟା କୁ ନଜର ଦେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ଦାବୀ ହେଉଛି।

error: Content is protected !!