ପାଇକମାଲ-ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରୀୟ ସୁବାଷ ଉତ୍ସବ ଜୟ ହିନ୍ଦ 2025 କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି ଗାନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ଏକ ପ୍ରତିନିଧି ମଣ୍ଡଳୀ ନୃସିଂହନାଥରୁ ଯାଇଥିବା ଜଣାଯାଇଛି।ନୃସିଂହନାଥ ସ୍ଥିତି ଗାନ୍ଧୀ ସମାଧି ପୀଠରେ ଗାନ୍ଧୀ ପ୍ରତିମୃର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜାର୍ଚ୍ଚନା ପରେ ସଂଗ୍ରାମୀ ପୂର୍ଣଚନ୍ଦ୍ର ପ୍ରଧାନ ପତାକା ଦେଖାଇ ଶୁଭ ବିଦାୟ ପ୍ରଦାନ କରିଥିଲେ। ଗାନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ର ଆବାହକ ଦୁର୍ଯ୍ୟୋଧନ ପୁଟା ଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ମଣ୍ଡଳୀରେ ବରଷ୍ଠ ସଂଗ୍ରାମୀ ଗଙ୍ଗାଧର ସାହୁ,ସୁଶ୍ରୀ ଅଲିଭା ସାହୁ, ଝସକେତନ ସାହୁ,ପୂର୍ବତନ ଆବାହକ ରାହାସ ବିହାରୀ ସାହୁ,ଭୀଷ୍ମଦେଭ ପଟେଲ ଓ ସୁରେଶ ପ୍ରଧାନ,ଗଜାନନ ସେଠ୍,ଦାମୋଦର ପଟେଲ ପ୍ରମୁଖ ଯାଇଛନ୍ତି।ଉତ୍କଳ ବିକାଶ ଯୁବ ପରିଷଦ ଦ୍ୱାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗାନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ଯୋଗଦେବା ସହ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ଏହି ଯାତ୍ରା କରିଥିବା ପରିଷଦ ର ଆବାହକ ଶ୍ରୀ ପୁଟା ଜଣାଇଛନ୍ତି।