Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିରାମଚଣ୍ଡୀଙ୍କ ବାସନ୍ତିକ ନବରାତ୍ର ଆରମ୍ଭ ।

ରାମଚଣ୍ଡୀଙ୍କ ବାସନ୍ତିକ ନବରାତ୍ର ଆରମ୍ଭ ।

ଅତାବିରା-ଅତାବିରା ବ୍ଲକ ଅନ୍ତର୍ଗତ ଲାଦରପାଲି ରାମଚଣ୍ଡୀଙ୍କ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି । ଏଥିପାଇଁ ସ୍ଥାନୀୟ ରାମବାବା ମଠ ପୋଖରୀରୁ କଳସ ଯାତ୍ରା ଆରମ୍ଭ ହୋଇ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ନବ ଗ୍ରହ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଅରଖ ବୃକ୍ଷ ରୋପଣ କରାଯାଇଛି । ପ୍ରଥମ ଦିନରେ ମାଙ୍କ ଶୈଳପୁତ୍ରି ବେଶ ହୋଇଥିଲା । କର୍ତ୍ତା ରୂପ ଶସ୍ତ୍ରିକ ନରେନ୍ଦ୍ର ନାଏକ ଓ ବନିତା ଏବଂ ପୁରୋହିତ ପଣ୍ଡିତ ଜୟକୁମାର ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଆସନ୍ତା ୨୩ତାରିଖ ଚୈତ୍ର ପୂର୍ଣ୍ଣିମା ମହୋତ୍ସବ ପାଳନ କରାଯିବ ବୋଲି ରାମଚଣ୍ଡୀ ମନ୍ଦିର ପରିଚାଳନା କମିଟିର ସଭାପତି ଦିବାକର ପ୍ରଧାନ ପ୍ରକାଶ କରିଛନ୍ତି।

error: Content is protected !!