
ବରପାଲି-ବରପାଲି ବ୍ଲକ ମହଦା ରାଜୀବ ଲୋଚନ ହୋତା କଲେଜ ଅଫ୍ ଫାର୍ମାସୀ ପରିସରରେ ସପ୍ତାହବ୍ୟାପୀ ଫାର୍ମାସୀ ଦିବସ ପାଳନର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ନିରୋଗ ରହିବା ପାଇଁ ଟୀକାକରଣ ଉଦ୍ଦେଶ୍ୟ ନେଇ ଜନ ସଚେତନା ସୃଷ୍ଟି ନିମନ୍ତେ ଶୋଭାଯାତ୍ରା ବାହାରିଥିଲା। ମୁଖ୍ୟଅତିଥି ଭାବରେ ପରିଚାଳନା କମିଟୀ ଅଧ୍ୟକ୍ଷ ନରେନ୍ଦ୍ର କୁମାର ହୋତା ଓ ସଭାପତି ନାରାୟଣ ପଧାନ ଯୋଗଦେଇ କାର୍ଯ୍ଯକ୍ରମର ଶୁଭଭଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ପରିଚାଳନା କମିଟୀ ଅନ୍ୟାନ୍ୟ ସଦସ୍ୟବୃନ୍ଦ ସହିତ କଲେଜ ଅଧ୍ୟକ୍ଷ ଡକ୍ଟର ଆଶୁତୋଷ ମେହେର, ଉପାଧ୍ୟକ୍ଷ ଡକ୍ଟର ସୁଧୀର କୁମାର ସାହୁ ଓ ଅଧ୍ୟାପକ, ଅଧ୍ୟାପିକା ବୃନ୍ଦ ସାମିଲ ହୋଇଥିଲେ ।

ଶୋଭାଯାତ୍ରା ମହଦା ଗ୍ରାମ ପରିକ୍ରମା ମାଧ୍ୟମରେ ଉମା ମାହେଶ୍ଵରୀ ଉଚ୍ଚ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟ ତଥା ରାଜୀବ ଲୋଚନ ହୋତା କଲେଜ୍ ଅଫ୍ ଫାର୍ମାସୀରେ ଟୀକାକରଣ ସଚେତନତା ବିଷୟ ଉପରେ ସଚେତନ ସଭା ମାନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ନୁରେନ୍ଦ୍ର କୁମାର ହୋତା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ସପ୍ତାହବ୍ୟାପୀ ଫାର୍ମାସୀ ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ଟୀକାକରଣ ସଚେତନତ ଉପରେ ଏକ ନାଟକ ମଧ୍ୟ ପ୍ରଦର୍ଶନ କରାଯାଇଥିଲା ।



