ପାଇକମାଲ- ପାଇକମାଲ ବ୍ଲକ୍ ଗୋଇବାହଲି ଠାରେ ହେଉଥିବା ସପ୍ତମ ରଜବୋଡାସମ୍ବର୍ ଧନୁଯାତ୍ରା ମସୋତ୍ସବର ଷଷ୍ଠ ଦିବସରେ ଗୋପପୁର କେର୍ମେଲାବାହାଲରେ ଦିବା ୧୦ ଟା ରୁ ୪ ମଧ୍ୟରେ କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, କାଳୀୟ ଦଳନ, ବିଶ୍ଵରୂପ ଦର୍ଶନ, ଗୋପୀଙ୍କ ଦହି ବିକା, ନବକେଲି, ବାସ୍ତ୍ରାହରଣ ଦୃଶ୍ୟ ଅଭିନୀତ ହୋଇଥିଲା। ପରେ ସଂନ୍ଧ୍ୟା ସମୟରେ ରାଜଦରବାର ଠାରେ ରଙ୍ଗ ସଭାର ଆୟୋଜନ,କାଳୀୟ ନାଗ ଶରଣାଗତରେ କଂସ ମର୍ମାହତ, ନାରଦଙ୍କ ପରାମର୍ଶ କ୍ରମେ କୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୁରକୁ ଗୋପପୁର ପ୍ରେରଣ ଆଦି ଅଭିନିତ ହୋଇଥିଲା।
![](https://jagrataprahari.com/wp-content/uploads/2025/01/IMG-20250129-WA0015-1024x586.jpg)
ଉକ୍ତ ଦରବାରରେ ରାଜଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରିତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ବରଗଡ଼ ଶ୍ରୀମତୀ ମାନିନୀ ଭୋଇ, ପୂର୍ବତନ ବିଧାୟକ ଲୋଇସିଂହା ଶ୍ରୀଯୁକ୍ତ ନିହାର ରଞ୍ଜନ ବେହେରା , ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଇକମାଲ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଓଦୋ,ସମେତ ଅନ୍ୟାନ ଅଥିତି ମନେ ଯୋଗ ଯୋଗଦେଇଥିଲେ । ପରେ ରାଜଦରବାର ରେ ଢୋଲ ମୁହୁରୀ କଲା ପରିଷଦ ବଲାଙ୍ଗୀର,ଆଦିବାସୀ ସଂସ୍କୃତି ସଂଘ ବଲାଙ୍ଗୀର, ଜିତେନ୍ଦ୍ର ହରିପାଳ କଳା କେନ୍ଦ୍ର ବଲାଙ୍ଗୀରର କଳାକାର ମାନେ ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରଥିଲେ।
![](https://jagrataprahari.com/wp-content/uploads/2025/01/cover-1024x576.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)