ପଦ୍ମପୁର-ରାଜବୋଡାସମ୍ବର୍ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରାଲମ୍ବ ପ୍ରସାଦ ପଟେଲଙ୍କ ସଭାପତିତ୍ବରେ ବିଦ୍ୟାଳୟ ସ୍ତରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ସର୍ବପ୍ରଥମେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରୀ ଗଣେଶ ଓ ମାତା ସରସ୍ୱତୀ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରୀତିରଶ୍ମି ସେଠ୍ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀମାନ ଚନ୍ଦନ ନାୟକ ହିନ୍ଦୀ ଦିବସ ର ମହତ୍ତ୍ଵପୂର୍ଣ୍ଣ ଭୂମିକା ସମ୍ପର୍କ ରେ ବର୍ଣ୍ଣନା କରି ମଞ୍ଚ ପରିଚାଳନା କରିଥିଲେ।

ଛାତ୍ର ମାନଙ୍କ ଦ୍ଵାରା ଦୋହା,କବିତା ,ଦେଶତ୍ମବୋଧକ ଗୀତ ଏବଂ ବକ୍ତୃତା ଖୁବ୍ ସୁନ୍ଦର ଭାବେ ପରିବେଷଣ କରାଯାଇଥିଲା।ପ୍ରଧାନ ଶିକ୍ଷକ ରାଷ୍ଟ୍ର ଭାଷା ର ମହତ୍ତ୍ଵ ବର୍ଣ୍ଣନା କରି ହିନ୍ଦୀ ଭାଷା ରେ ଆଗକୁ ବଢିବା ପାଇଁ ଛାତ୍ର ମାନଙ୍କୁ ପ୍ରେରଣା ଦେଇଥିଲେ।ବିଦ୍ୟାଳୟ ର ଶିକ୍ଷକ ଅଭିଳାଷ ସାହୁ ହିନ୍ଦୀ ଭାଷା ର ମହନୀୟତା ପ୍ରତିପାଦନ କରି ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ । ପରିଶେଷ ରେ ସୁଶ୍ରୀ ପ୍ରଭାସିନୀ ସା ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଏହି ଦିବସ କୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ନିଜସ୍ୱ ଦାୟିତ୍ଵକୁ ସୁଚାରୁରୂପେ ପାଳନ କରିଥିଲେ।



