Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିରାଜକୁମାର ସାହୁଙ୍କ ନିଆରା ପ୍ରୟାସ ଶିଶୁ ନାଟ୍ୟ କର୍ମଶାଳା ଉଦଯାପିତ ।

ରାଜକୁମାର ସାହୁଙ୍କ ନିଆରା ପ୍ରୟାସ ଶିଶୁ ନାଟ୍ୟ କର୍ମଶାଳା ଉଦଯାପିତ ।

ପଦ୍ମପୁର-ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ନାଟ୍ୟକାର ରାଜକୁମାର ସାହୁଙ୍କ ସହଜ ଓ ସରଳ ପଦ୍ଧତିରେ ଆଖପାଖ ଅଂଚଳର ପଚିଶ ଜଣ ଶିଶୁ ନାଟ୍ୟ କର୍ମଶାଳାରେ ଯୋଗଦାନ କରି ନାଟ୍ୟ ପ୍ରୟୋଗତ୍ମକ କଳା ଗ୍ରହଣ କରିଛନ୍ତି l ସାତ ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ପଚିଶ ଜଣ ପିଲା ଅଂଶଗ୍ରହଣ କରିଥିଲେ। ନାଟ୍ୟକାର ରାଜକୁମାର ସାହୁ ଗପ, ଗୀତ, ନୃତ୍ୟ, ଅଭିନୟ, ଓ ପୋଷ୍ଟର ତିଆରି ଭଳି ସୃଜନାତ୍ମକ କଳାକୁ ଆକର୍ଷଣୀୟ ଭାବରେ ଶିଖାଇଥିଲେ।

ଉଦଯାପନୀ ସମାରୋହରେ ଅତିଥି ଭାବେ ରଞ୍ଜାଳ ବାଗ ଓ ବିକ୍ରମ ସାହୁ ଯୋଗଦେଇଥିଲେ। ଏହି ଅବସରରେ ନିର୍ଦ୍ଧେଶକ ପରମେଶ୍ୱର ବିଶିଙ୍କୁ ଭାଷା ସାହିତ୍ୟ ଓ ନାଟକରେ ପାରଦର୍ଶିତା ପାଇଁ ସମ୍ମାନିତ କରାଯାଇଥିଲା। ନାଟକ ଶିଖିବା ଦ୍ୱାରା ପିଲାର ସାମଗ୍ରିକ ବିକାଶ ହୁଏ ବୋଲି ବିଶି ମହାଶୟ ପ୍ରଶିକ୍ଷlର୍ଥୀ ଓ ଅଭିଭାବକଙ୍କୁ ଦିଗଦର୍ଶନ ଦେଇଥିଲେ l କର୍ମଶାଳା ଅନ୍ତର୍ଗତ ପିଲାମାନେ ରାଜକୁମାର ସାହୁ ଲିଖିତ ‘ଶ୍ରବଣ କୁମାର’ ନାଟକର ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ବାତ୍ସଲ୍ୟପ୍ରେମ ଓ ପିତାମାନଙ୍କ ସେବା ର ମହନୀୟତା ରହିଥିଲା l

ଏହି ନାଟକର ସଙ୍ଗୀତକର୍ତ୍ତା ଲାଦୁ ମହାନନ୍ଦ ଥିଲେ, ଏବଂ ଗୁରୁ କେଶରଞ୍ଜନ ପ୍ରଧାନ ଓ ଅଶୋକ ବହିଦାର ଉପଦେଷ୍ଟା ଭାବେ ରହିଥିଲେ। ଉତ୍ସବର ପରିଚାଳନାରେ ମହେନ୍ଦ୍ର ସାହୁ, କୁଳମଣି ପଶୟତ, ଚତୁର୍ଭୁଜ ସାହୁ, ଜୟନ୍ତ ସାହୁ, ଘନଶ୍ୟାମ ସାହୁ, ଘନଶ୍ୟାମ ଭୋଇ, ସୀତାକାନ୍ତ ସାହୁ, ଆଦର୍ଶ ସାହୁ, ରବୀନ୍ଦ୍ର ସାହୁ ଓ ରୋହିତ ସାହୁ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ l ଶହଶହ ଶିଶୁ ନାଟ୍ୟକଳା ପ୍ରତି ଆଗ୍ରହ କରିପାରିଥିବା ରାଜକୁମାର ସାହୁଙ୍କୁ ଅଭିଭାବକ ମହଲରୁ ପ୍ରଶଂସାର ସୁଅ ଛୁଟିଛି l

error: Content is protected !!