Saturday, March 7, 2026
Homeରାଜନୀତିରାଇରଙ୍ଗପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶ: ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ...

ରାଇରଙ୍ଗପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶ: ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ।

ରାଇରଙ୍ଗପୁର(ଶ୍ୟାମଳେନ୍ଦୁ ପରିଡା)- ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ୍ କାଙ୍କି ପଞ୍ଚାୟତ ନିକଟସ୍ତ ଫୁଟବଲ ପଡିଆ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଯୋଗଦେଇ ଓଡିଶାରେ ୨୫ ବର୍ଷ ବିଜେଡି ଶାସନକୁ କଡ୍ଡା ଆକ୍ଷେପ କରି କହିଥିଲେ ଯେ ଏଥିରେ ଓଡିଶାରେ ଯେତିକି ବିକାଶ ହୋଇଛି, ତାହାର ପଛରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଉ ଜଣଙ୍କର ହାତ ରହିଛି | ତଥାପି ଏଠାରେ ଶିକ୍ଷାରେ ଉନ୍ନତି ହୋଇଛି କହିଲେ , ଦେଖିବାକୁ ମିଳୁଛି ବଡ ବଡ କୋଠାଘର, କିନ୍ତୁ ଶିକ୍ଷକମାନଙ୍କର ଅଭାବ ରହିଛି |

ସେହିପରି ଡାକ୍ତରଖାନା ବଡ ବଡ କୋଠାଘରରେ ପରିପୂର୍ଣ୍ଣ ଦେଖାଯାଉଛି, ମାତ୍ର ଡାକ୍ତରମାନଙ୍କର ଅଭାବ ରହିଛି | ପୁଣି ଓଡିଶାର ଲୋକେ ରୋଜଗାର କରିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି | ଅର୍ଥାତ୍ ଏଠାରେ ରୋଜଗାର ର ମାଧ୍ୟମ ନ୍ୟୁନ ହୋଇପଡିଛି | ଏଣୁ ଓଡିଶା ୨୫ ବର୍ଷ ଭିତରେ ବିକାଶ ଘଟିଛି କହିବା ସଂପୂର୍ଣ୍ଣ ବିରୋଧଭାଷା ମନେହୁଏ | ଏହି ସଭାରେ ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ଜଲେନ ନାଏକ, ଭାରତୀୟ ଜନତା ପାର୍ଟି ରାଜ୍ୟ ସଂପାଦକ ନବୀନ କୁମାର ରାମ, ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ବିଜୁ ଗୋପାଳ ଗୋପ, ମହିଳା ମୋର୍ଚ୍ଚା ଉପସଭାପତି ରାଣୀ ମଣ୍ଡଳ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ, ଝାଡଖଣ୍ଡ ରାଜ୍ୟ ପଟୋକା ର ପୂର୍ବତନ ବିଧାୟକ ମେନକା ସର୍ଦ୍ଦାର ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ |

ଏହି ବୈଠକରେ ଯୁବ ମୋର୍ଚ୍ଚା ରାଜେଶ କୁମାର ପଲ,ଶୁଭ୍ରଜିତ ପଲ, ଆଦିବାସୀ ମୋର୍ଚ୍ଚା ପାରେଉ ହେମ୍ବ୍ରମ, କୃଷକ ମୋର୍ଚ୍ଚା ଜୟନ୍ତ ମହାପାତ୍ର, ମାଧବ ଚରଣ ମହାପାତ୍ର, ଶ୍ରୀକାନ୍ତ ମହାନ୍ତ, ତଥା ବିଭିନ୍ନ ବ୍ଲକର ଦଳୀୟ କର୍ମୀ ଯୋଗଦାନ କରିଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମକୁ ବିଜୁ ଗୋପାଳ ଗୋପ ପରିଚାଳନା କରିଥିବା ବେଳେ ନବୀନ କୁମାର ରାମ ଧନ୍ୟବାଦ ଅର୍ପଣ କରିଥିଲେ |

error: Content is protected !!