Thursday, November 21, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିରସମୁଣ୍ତାରେ ଅଖଣ୍ତ ଛପନ ପ୍ରହରୀ ନାମଯଜ୍ଞ ଆରମ୍ଭ ।

ରସମୁଣ୍ତାରେ ଅଖଣ୍ତ ଛପନ ପ୍ରହରୀ ନାମଯଜ୍ଞ ଆରମ୍ଭ ।

ପାଇକମାଲ-ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ରସମୁଣ୍ତା ଗ୍ରାମ ମାଁ ଲକ୍ଷ୍ମୀ ରାଇସ ମିଲର ମାଲିକ ଶ୍ରୀ ପରମାନନ୍ଦ ଅଗ୍ରୱାଲଙ୍କ ତତ୍ତ୍ବାବଧାନରେ ଅଖଣ୍ତ ଛପନ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇ ଯାଇଛି । ଏହି ନାମଯଜ୍ଞ ନଭେମ୍ବର ୧୭ ରୁ ଆରମ୍ଭ ହୋଇ ୨୪ ତାରିଖ ଦୀର୍ଘ ସାତ ଦିନ ଧରି ଅନୁଷ୍ଠିତ ହେବ । ଛପନ ପ୍ରହରୀ ନାମଯଜ୍ଞରେ କର୍ତ୍ତା ଭାବରେ ଶ୍ରୀ ମନିଷ କୁମାର ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ବିନ୍ଦିଆ ଅଗ୍ରୱାଲ ଦାୟିତ୍ବ ତୁଲାଉଛନ୍ତି ।

ପଣ୍ଡିତ କାମାକ୍ଷା ପ୍ରସାଦ ଯୋଶୀ,ନବଘନ ଦାଶ,ପିଣ୍ଟୁ ମିଶ୍ର,ଶିଶିର ମିଶ୍ର ପୂଜାକାର୍ୟ୍ଯ ସମ୍ପାଦନ କରୁଛନ୍ତି । ସାତ ଦିନଧରି ଆରମ୍ଭ ହୋଇଥିବା ନାମଯଜ୍ଞରେ ସ୍ଵେଚ୍ଛାକୃତ ସତ୍ଯାନନ୍ଦ ବଗର୍ତ୍ତି,ନାମଯଜ୍ଞ ପରିଚାଳନା କମିଟି ସଭାପତି ପାତାଳ ସାହୁ,ସହଯୋଗୀ ସଦସ୍ଯ ସୁରେନ୍ଦ୍ର ପ୍ରତାପ ସିଂହ ବରିହା,ହୁତାସନ ପାଣ୍ତେ,ସୁବୋଧ କୁମାର ବଡପଣ୍ଡା,ବୃନ୍ଦାବନ ନାୟକ,ଉମାକାନ୍ତ ଶତପଥୀ,ରଶ୍ମିରଞ୍ଜନ ବରିହା ତଥା ଭେଟଘାଟ ପଞ୍ଚାୟତ ବାସୀ ବିଷେଶ ସହଯୋଗ କରୁଛନ୍ତି ।

ଏହି ଛପନ ପ୍ରହରୀ ନାମଯଜ୍ଞରେ ପାଇକମାଲ ଅଞ୍ଚଳର ବଛା ବଛା ପଚିଶ ଗୋଟି ସଂକୀର୍ତ୍ତନ ଦଳ ସାମିଲ ହେବାର କାର୍ଯ୍ଯକ୍ରମ ରହିଛି । ପ୍ରଥମ ଦିବସ ଦିନରେ କଳସ ସ୍ଥାପନ,ପୂଜାର୍ଚ୍ଚନା ସହ ପ୍ରଭୁଙ୍କ ନାମ ଉଚ୍ଚାରଣ ଆରମ୍ଭ ଅନୁଷ୍ଠିତ ହୋଇଥିଲା । ଛପନ ପ୍ରହରୀ ନାମଯଜ୍ଞରେ ପ୍ରତ୍ଯୋହ ଦିନ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଅନ୍ନଭୋଗ ବଣ୍ଟନ ବ୍ଯବସ୍ଥା କରାଯାଇଛି ।

error: Content is protected !!